Indus Valley Times

ଡିଏସ୍‌ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

 Breaking News

ଡିଏସ୍‌ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

February 16
18:15 2025

ଯାଜପୁର,୧୬/୨: ଯାଜପୁର ଜିଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଏକ ଟ୍ରକ୍ ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲାରେ ଊଝଚ ଭାବେ କାର‌୍ୟ୍ୟରତ ବଳରାମ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ।
ମିଳିଥିବା ସୂଚନା ମୁତାବକ, ଊଝଚ ବଳରାମ ଏକ କାର୍ ଯୋଗେ କେନ୍ଦୁଝର ଘଟଗାଁ ଘରକୁ ଯାଉଥିଲେ। ହେଲେ ଚାନ୍ଦପୁର ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଇଥିଲା। ଫଳରେ ବଳରାମ ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି। ପୋଲିସ ଟ୍ରକ୍ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930