Indus Valley Times

ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 Breaking News

ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
February 28
11:25 2025

ଭୁବନେଶ୍ୱର, ୨୮/୨ : ଓଡ଼ିଆ ସିନେ ଜଗତର ଦିଗ୍ଗଜ ଅଭିନେତା ଉତ୍ତମ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି । ସାରା ରାଜ୍ୟବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି । ସେପଟେ ଉତ୍ତମଙ୍କୁ ଝୁରୁଛି ଓଲିଉଡ୍ ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ଶେଷ କୃତ୍ୟ ସମ୍ପନ୍ନ ପାଇଁ ସରକାର ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ ।
ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ୍ । ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ ।
ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରୁ ଆଜି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀରକୁ ନେଇ ତାଙ୍କ ପୁଅ ବାବୁସାନ ଏବଂ ତୃପ୍ତି ନେଇକି ଓଡ଼ିଶା ଆସିବେ । ଦିନ ୧୧ଟା ସୁଦ୍ଧା ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ଏହା ପରେ ବରମୁଣ୍ଡାରେ ତାଙ୍କର ଶେଷ ଦର୍ଶନ ହେବ ।
ଭୁବନେଶ୍ୱର ସତ୍ୟନଗରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଶେଷ କୃତ୍ୟ କରାଯିବ ବୋଲି ତାଙ୍କର ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀର୍ଘ ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଫେବୃଆରୀ ୮ରେ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୦ଟା ୪୫ ମିନିଟ୍ ସମୟରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31