Indus Valley Times

ଗ୍ରୀଷ୍ମକାଳନୀ ପ୍ରସ୍ତୁତିର ମୁଖ୍ୟ ପଦକ୍ଷେପ

 Breaking News

ଗ୍ରୀଷ୍ମକାଳନୀ ପ୍ରସ୍ତୁତିର ମୁଖ୍ୟ ପଦକ୍ଷେପ

ଗ୍ରୀଷ୍ମକାଳନୀ ପ୍ରସ୍ତୁତିର ମୁଖ୍ୟ ପଦକ୍ଷେପ
March 07
19:14 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୭/୩ : ୨୪/୭ ପାୱାର ସିଷ୍ଟମ୍ କଂଟ୍ରୋଲ ସେଂଟର୍ (ପିଏସ୍‌ସିସି): ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଯାହା ବାସ୍ତବ ସମୟ ନିରୀକ୍ଷଣ ଏବଂ କୌଣସି ବିଭ୍ରାଟର ଦ୍ରୁତ ପ୍ରତିକ୍ରିୟା ସୁନିଶ୍ଚିତ କରୁଛି
ସ୍ୟାଟେଲାଇଟ୍ ପିଏସ୍‌ସିସି ଏବଂ ନିୟନ୍ତ୍ରଣ କକ୍ଷ: ମଣ୍ଡଳ ଓ ସର୍କଲ୍ ସ୍ତରରେ ସ୍ଥାପିତ ହୋଇଛି ଯାହା ପ୍ରଭାବଶାଳୀ ସମନ୍ୱୟ ଏବଂ ଦ୍ରୁତ ସମସ୍ୟା ସମାଧାନ ସୁନିଶ୍ଚିତ କରୁଛି ।
ସୁରକ୍ଷା ପଦକ୍ଷେପ: ନିୟମାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ମଣ୍ଡଳ ସ୍ତରରେ ସୁରକ୍ଷା ଅଧିକାରୀଙ୍କ ମୂତୟନ ।
ପ୍ରାଥମିକତା ପୁନଃସ୍ଥ୍ଥାପନ: ଡାକ୍ତରଖାନା, ଜିଲ୍ଲା ମୁଖ୍ୟାଳୟ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ।
ଜରୁରୀକାଳୀନ ପ୍ରସ୍ତୁତି: ପର୍ଯ୍ୟାପ୍ତ ମାନବ ସମ୍ବଳ, ଯାନବାହାନ ଏବଂ ହେଭି-ଡ୍ୟୁଟି ଟର୍ଚ୍ ଏବଂ ପାୱାର ସ” ପରି ଆବଶ୍ୟକୀୟ ଉପକରଣର ମୂତୟନ ।
ସାମଗ୍ରୀ ଗଚ୍ଛିତ ରଖିବା: ବାଲେଶ୍ୱର, ଯାଜପୁର ରୋଡ୍‌, କେନ୍ଦୁଝର ଏବଂ ବାରିପଦାରେ କେବଲ୍‌, କଣ୍ଡକ୍ଟର୍ସ, ଖୁଂଟ ଏବଂ ଇନସୁଲେଟର୍ ଆଦିର ପର୍ଯ୍ୟାପ୍ତ ଭଣ୍ଡାର
ଗ୍ରାହକ ଯୋଗାଯୋଗ: ଉର୍ଜା ମିତ୍ର ମାଧ୍ୟମରେ ଏସଏମଏସ ଆଲର୍ଟ ଏବଂ ଟିପିଏନଓଡିଏଲ୍ ୱେବସାଇଟରେ ବାସ୍ତବ ସମୟ ଅପ୍‌ଡେଟ୍‌
ନେଟ୍‌ୱର୍କ ଉନ୍ନତି ପଦକ୍ଷେପ
କଣ୍ଡକ୍ଟର୍ ଉନ୍ନତି: ୪୬୦.୫ ସିକେଏମ୍ (୧୧କେଭି) ଏବଂ ୧୪୬.୬ ସିକେଏମ୍ (୩୩କେଭି) ଅପଗ୍ରେଡ୍ ହୋଇଛି।
ଏଲ୍‌ଟି ବେୟାର କଣ୍ଡକ୍ଟର୍ ରୂପାନ୍ତରଣ: ସୁରକ୍ଷା ଏବଂ ଭରସାଯୋଗ୍ୟତା ବୃଦ୍ଧି ପାଇଁ ୧୦୫୫ ସିକେଏମ୍‌ର ଏବି କେବୁଲ (ତାର) ବିଛାଯାଇଛି।
ବାତ୍ୟା ପ୍ରତିରୋଧୀ ଭିତିଭୂମି: ଉନ୍ନତ ଝଡ଼ ବାତ୍ୟା ପ୍ରତିରୋଧ ପାଇଁ ଉପକୂଳ ଅଂଚଳରେ ସ୍ପନ୍ କଂକ୍ରିଟ୍ ଖୁଂଟ ସ୍ଥାପନ କରାଯାଇଛି।
ରିଙ୍ଗ୍ ମେନ୍ ୟୁନିଟ୍‌, ଅଟୋ ରିକ୍ଲୋଜର/ସେକ୍ସନାଲାଇଜର, ଓଭରହେଡ୍ ଫଲ୍‌ଟ ପାସେଜ୍ ଇଣ୍ଡିକେଟର୍ (ଏଫ୍‌ପିଆଇ), ଭୂତଳ କେବଲ୍‌, ଆବରଣ ଥିବା କଣ୍ଡକ୍ଟର୍ ଏବଂ ଏଲଟି ଏସିବି ଏବଂ ଏମସିସିବି ପରି ଉନ୍ନତ ସାଧନଗୁଡ଼ିକ ନେଟୱର୍କ୍ ସ୍ଥିରତା ଦୃଢ଼ କରିବା ପାଇଁ କାର୍ଯ୍ୟକ୍ଷମ ହୋଇଛି।
ଭରସାଯୋଗ୍ୟତା ବଢ଼ାଇବା ପାଇଁ ପ୍ରଯୁକ୍ତିଗତ ଉନ୍ନତି
ପିଟିଆର୍ ସ୍ୱାସ୍ଥ୍ୟ ସୂଚକ: ୫୫୦ ପାୱାର ଟ୍ରାନ୍ସଫର୍ମର୍ (ପିଟିଆର୍‌)ର ଏକ ଗଠନମୂଳକ ମୂଲ୍ୟାଙ୍କନ ଯାହା ବିଫଳତାର ଆଶଙ୍କା ହ୍ରାସ କରିଥାଏ
ପ୍ରୋଜେକ୍ଟ୍ ପିଟିଆର୍ ବନଚାଓ: ୧୫୦ ପିଟିଆର୍‌ର ଅନସାଇଟ୍ ଓଭରହାଉଲିଂ, ୨୦୨୨-୨୩ର ଦ୍ୱିତୀୟ ତ୍ରୈମାସିକରେ ଶୂନ୍ୟ ପିଟିଆର୍ ବିଫଳତା ସୁନିଶ୍ଚିତ କରିଛି।
ବୃକ୍ଷ-ମୁକ୍ତ ଫିଡର୍ ସାର୍ଟିଫିକେସନ୍‌: ୧୧କେଭି ଏବଂ ୩୩କେଭି ଫିଡର୍ ଉପରେ ଥିବା ବୃକ୍ଷର ବ୍ୟାପକ ଅଂଶ ଛେଦନ କରି ବିଭ୍ରାଟ ରୋକିବା।
ମେଗା ବ୍ଲକ୍ ପଦକ୍ଷେପ: ନେଟୱର୍କ୍ ଉନ୍ନତି ପାଇଁ ସମନ୍ୱିତ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌।
ଉନ୍ନତ ପୂର୍ବାନୁମାନ ରକ୍ଷଣାବେକ୍ଷଣ: ସମ୍ଭାବ୍ୟ ଫିଡର୍ ବିଭ୍ରାଟର ପୂର୍ବାନୁମାନ ପାଇଁ ଡ୍ରୋନ୍‌-ଆଧାରିତ ଥର୍ମୋଗ୍ରାଫି ଏବଂ ଅଲଟ୍ରାସାଉଣ୍ଡ୍ ସ୍କାନିଂ।
ଟିପିଏନଓଡିଏଲ୍ ୯୫ ସଂଖ୍ୟକ ୩୩ ଏବଂ ୧୧ କେଭି ଫିଡର୍ ଏବଂ ୩୦ ସଂଖ୍ୟକ ୩୩/୧୧ କେଭି ପିଏସ୍‌ଏସ୍‌ର ଏରିଆଲ୍ ସର୍ଭେ/ଥର୍ମୋଗ୍ରାଫି ସମ୍ପନ୍ନ କରିଛି ଏବଂ ଏହା ସମ୍ବନ୍ଧରେ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି।
ସ୍ମାର୍ଟ ଉପକରଣ ମୂତୟନ: ରିଙ୍ଗ୍ ମେନ୍ ୟୁନିଟ୍ (ଆରଏମୟୁ), ଅଟୋ-ରିକ୍ଲୋଜର୍ ଏବଂ ଭୋଲଟେଜ ରେଗୁଲେଟର୍ ସ୍ଥାପନ କରି ନେଟୱର୍କ୍ ସ୍ଥିରତା ଉନ୍ନତି ଅଣାଯାଇଛି
ପାୱାର କେବଲ୍ ଫଲ୍ଟ୍ ଲୋକେଟର୍ ସିଷ୍ଟମ୍‌: ଭୂଳତ କେବଲ୍ ତ୍ରୁଟି ଚିହ୍ନଟ ଏବଂ ସମାଧାନ ପାଇଁ ଭ୍ରାମ୍ୟମାଣ ୟୁନିଟ୍‌।
ସ୍କାଡା ସକ୍ଷମ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସ୍‌ସି): ନେଟ୍‌ୱର୍କ ପରିଚାଳନାର ଆଧୁନିକରଣ ଓ ବିଦ୍ୟୁତ ଯୋଗାଣ ଭରସାଯୋଗ୍ୟତାରେ ଉନ୍ନତି ପାଇଁ ଭଦ୍ରକ, ଯାଜପୁର, କେନ୍ଦୁଝରରେ ବାସ୍ତବ ସମୟ ନିରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ।
ଟିପିଏନଓଡିଏଲର ଗ୍ରୀଷ୍ମକାଳୀନ ପ୍ରସ୍ତୁତି ସମ୍ପର୍କରେ ଟିପିଏନଓଡିଏଲର ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ, “ଉନ୍ନତ ଜ୍ଞାନକୌଶଳ ଏବଂ ଦୃଢ଼ ପ୍ରତିଷେଧକ ରକ୍ଷଣାବେକ୍ଷଣ ଦ୍ୱାରା ସମର୍ଥିତ ଆମର ସକ୍ରିୟ ଆଭିମୁଖ୍ୟ ସୁନିଶ୍ଚିତ କରୁଛି ଯେ ଆମେ ଗ୍ରୀଷ୍ମ ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ଭଲ ଭାବେ ପ୍ରସ୍ତୁତ ରହିଛୁ।
ଟିପିଏନଓଡିଏଲରେ ଗ୍ରାହକମାନଙ୍କ ସୁରକ୍ଷା ଓ ସେବା ଉତ୍କର୍ଷକୁ ପ୍ରାଥମିକତା ଦେଇ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ।’’
ଏହି ବ୍ୟାପକ ପଦକ୍ଷେପ ସହିତ ଟିପିଏନଓଡିଏଲ ଏହାର ବିଦ୍ୟୁତ ବିତରଣ ନେଟୱାର୍କକୁ ସୁଦୃଢ଼ କରିବା ଜାରି ରଖି ଗ୍ରୀଷ୍ମ ଋତୁରେ ଏକ ନିରବଚ୍ଛିନ୍ନ ଏବଂ ସ୍ଥିର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031