Indus Valley Times

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍

 Breaking News

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍

ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍
March 08
11:21 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୮/୩ : ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ରେ ଚାରି ବର୍ଷର ଶିଶୁ ଆଦଭିକ୍ ପାଢ଼ୀ । ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୁଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀ ଙ୍କ ସୁପୁତ୍ର ଆଦଭିକ୍ ପାଢ଼ୀ ।
ସେ ବାଲିଗୁଡ଼ା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ନର୍ସରୀ ଶ୍ରେଣୀରେ ପାଠ ପଢୁଛନ୍ତି । ଆଦଭିକ୍ ୧ ମିନିଟ୍ ୪୩ ସେକେଣ୍ଡରେ ଫଟାଫଟ୍ ୧୦୦ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ନିଜକୁ ସ୍ଥାନିତ କରିଥିଲେ ।
ବିସ୍ମୟ କୁନି ବାଳକ ଆଦଭିକକୂ ସବୁଆଡୁ ପ୍ରଶଂସାର ସୂଅ ଛୁଟୁଛି । ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଆଦିଭିକ୍ ଏବଂ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।
ସେପଟେ ପୁଅର ଏଭଳି ଟାଲେଣ୍ଟ ଏବଂ ସଫଳତାକୁ ନେଇ ବାପା ମା ବେସ୍ ଖୁସି ଥିବା ବେଳେ ଆଗକୁ ଆଦଭିକ୍ ଯେଭଳି ଅଧିକ ସଫଳତା ହାସଲ କରିବ ଏବଂ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ନାଁ ରଖିବ ସେନେଇ ଆମେ ଚେଷ୍ଟିତ ବୋଲି କହିଛନ୍ତି ଆଦଭିକ୍ ଙ୍କ ମା ପ୍ରିୟଙ୍କା ।
ଘରୋଇ ଅନୁଷ୍ଠାନରେ ଫି’ ଦେଇ ନ ପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ୫ ଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦେବାକୁ ମିଳିଲା ସୁଯୋଗ
ବାଲିଗୁଡା, ୮/୩ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସିମନବାଡି ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଘଟଣା ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରା ଘଟଣାକୁ ନେଇ କୌଣସି ପଦକ୍ଷେପ ନନେବା କିମ୍ବା ଘଟଣା ଘଟିଥିଲେ ମଧ୍ୟ ତଦନ୍ତ ନକରିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି।
ବିଇଓଙ୍କ କାର୍ଯ୍ୟାଳୟରୁ ମାତ୍ର ୧୨ କିମି ଦୂରତାରେ ଉକ୍ତ ବିଦ୍ୟାଳୟ ରହିଥିବା ବେଳେ କେଉଁ ପରିସ୍ଥିତିରେ ବିଇଓ ଘଟଣା ରେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ ମଧ୍ୟ ସେ ନିରବ ରହିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଅଭିଭାବକ ମାନେ କହିଛନ୍ତି।
ଘରୋଇ ଅନୁଷ୍ଠାନ କୁ ସରକାରୀ ସ୍ତରରେ ବିଇଓ ତଦନ୍ତ କରି ଏନଓସି ପ୍ରଦାନ କରିଥାନ୍ତି ସରକାରଙ୍କ ଗାଇଡଲାଇନକୁ ମାନି ଘରୋଇ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ପରିଚାଳନା କରିବା ନିୟମ ସଠିକ ଭାବେ ପାଳନ କରାଯାଉଛିକି ନାହିଁ ତାର ତଦାରଖ କରିବା ନିୟମକୁ ତଦାରଖ କରିବା ବିଇଓଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ତାହା ପାଳନ କରାଯାଉନଥିବା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।
ତେବେ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଭାବକ ମାନେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ବିଇଓ, ବ୍ଲକ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ ଖବର ପ୍ରକାଶିତ କୁ ନେଇ ରାଜ୍ୟ ଅନୁସୂଚିତ ଜନଜାତି, ଜାତି ବିଭାଗର ସଚିବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ତଦନ୍ତ କରି ଜିଲ୍ଲାକୁ ରିପୋର୍ଟ ଦେଇଛନ୍ତି ସେ ତଦନ୍ତ କରିବା ସମୟରେ ବିଦ୍ୟାଳୟର କର୍ତ୍ତ୍ୟୁପକ୍ଷଙ୍କ ଅନେକ ତ୍ରୁଟି ଥିବା ସେ ରିପୋର୍ଟ ରେ ଦର୍ଶାଇଛନ୍ତି।
ଏକାଧିକ ଅଭିଭାବକ ଫି’ଦେଇପାରି ନଥିବା ବେଳେ ହାତ ଗଣତି କିଛି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରାଯାଇଛି ସେହିପରି ବକେୟା ଥିଲେ ପରୀକ୍ଷା ଦେଇପାରିବେନି ବୋଲି କୌଣସି ଅଭିଭାବକଙ୍କ ଠାରୁ ଅଣ୍ଡରଟେକିଂ ଲିଖିତ ରଖାଯାଇନଥିବା ଭଳି ତ୍ରୁଟିକୁ ସେ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ସେପଟେ ନିଜ ଭୁଲ କୁ ସୁଧାରିବାକୁ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ତଦନ୍ତ ପରେ ଅଭିଭାବକ ମାନଙ୍କୁ ବୈଠକ ଡାକିବା ସହ ପରୀକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ସୁଯୋଗ ଦେଇଛନ୍ତି।
ପ୍ରକାଶ ଯେ, ସୋମବାର ଠାରୁ ଷଷ୍ଠ ଠାରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ ୫ ଦିନ ପରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିଥିବା ଅଭିଭାବକ ପ୍ରତାପ ଦିଗାଲ, ଶ୍ୟାମସେନ ଦିଗାଲ କହିଛନ୍ତି। ବିଇଓ ଆସି ନ ଥିବା ନେଇ ବିଇଓ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଯେ, ସେ ସରକାରଙ୍କ ନିୟମ ଉଲଂଘନ କରିଥିଲେ ତଦନ୍ତ କରିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
ବାଲିଗୁଡା, ୮/୩ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ନିକଟସ୍ଥ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୌଣସି କାରଣ ବଶତଃ ଖସି ଯାଇ ପାଣିରେ ପଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା ।
ସେଠାରେ କୌଣସି ଲୋକ ନ ଥିବାରୁ ତୁରନ୍ତ ତାଙ୍କୁ କେହି ବି ଉଦ୍ଧାର କରି ପାରି ନ ଥିଲେ। ଆଖପାଖ ଲୋକେ ଗାଧୋଇଆସିବା ସମୟରେ ଦେଖି ସଙ୍ଗେ ସଙ୍ଗେ ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
ବାଲିଗୁଡା, ୮/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତର କଟ୍ରିକିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନିଆ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା କାର‌୍ୟ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଆଞ୍ଚଳିକ ସାଧନ ସଂଯୋଜକ ସାବତ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା କାର୍ଯ୍ୟକ୍ରମର ଉଦେଶ୍ୟ ଓ ଉପଯୋଗୀତା ସହ ଶୈକ୍ଷିକ ବିକାଶରେ ମାତା ଓ ପିଲାଙ୍କ ଭୁମିକା ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କ୍ଲଷ୍ଟରରେ ଥିବା ସାଧନ କର୍ମୀ ପଦ୍ମଚରଣ ପ୍ରଧାନୀ ଓ ପ୍ରଦୀପ ମଳିକଙ୍କ ସମେତ ୧୫ଟି ବିଦ୍ୟାଳୟରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ନିଜ ନିଜର ସୃଜନଶୀଳତାକୁ ବ୍ୟବହାର କରି \”ଆମ ସଂସ୍କୃତି ଓ ଆମ ଖେଳନା\” ସମ୍ପର୍କିତ ଟିଏଲଏମ ପ୍ରସ୍ତୁତ ପୂର୍ବକ ପ୍ରଦର୍ଶନ କରିଥିଲେ । ଶେଷରେ ସାଧନ କର୍ମୀ ପ୍ରଦୀପ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930