Indus Valley Times

ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ସ୍ୱତନ୍ତ୍ର ଟାକ୍ସଫୋର୍ସର ଚଢ଼ାଉ ୩୯ ଗାଡ଼ି ଜବତ

 Breaking News

ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ସ୍ୱତନ୍ତ୍ର ଟାକ୍ସଫୋର୍ସର ଚଢ଼ାଉ ୩୯ ଗାଡ଼ି ଜବତ

ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ସ୍ୱତନ୍ତ୍ର ଟାକ୍ସଫୋର୍ସର ଚଢ଼ାଉ ୩୯ ଗାଡ଼ି ଜବତ
March 21
10:24 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୧/୩ : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି ଅମରିତା ପାଲ ସିଂ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ ଟିମ ଆଦର୍ଶ ଥାନା ତଥା ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ହଲଦୀପଦା ମୌଜାର ଶରଧାପୁର ଠାରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଅତର୍କିତ ଚଢ଼ାଉ କରି ୩୯ ଗାଡ଼ି ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରାଯିବା ସହ ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।
ଜବତ ଗାଡ଼ି ଗୁଡିକ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ରଖାଯାଇଛି । ଏହି ଗାଡ଼ି ଗୁଡିକ ମଧ୍ୟରେ ହାଇୱା ଟ୍ରକ, ମିନିଟ୍ରକ, ଟ୍ରାକ୍ଟର, ଜେସିବି ,ପଥର କଟା ପାୱାର ଟିଲର ଏବଂ ୧୦ ଗୋଟି ବାଇକ ଜବତ କରାଯାଇଛି।
ପରିବହନ ବିଭାଗ ପକ୍ଷରୁ ଜବତ ଗାଡ଼ି ଗୁଡିକର କାଗଜ ପତ୍ର ତନଖି ଚାଲିଛି । ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣରେ ଖଣି ମାଫିଆ ମାନଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସାଧାରଣ ଲୋକେ ଏଥିରେ ଅଣ ନିଶ୍ୱାସୀ ହୋଇପଡିଛନ୍ତି।
ଏପରିକି ପରିବେଶ ସନ୍ତୁଳନ ଉପରେ ଏହାର କୁ ପ୍ରବାହ ପଡୁଛି। ବେଆଇନ ଖଣି ଗୁଡିକ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କର କଡା ଆଭିମୁଖ୍ୟ ପରେ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଚୋରା ପଥର ଖଣି ଗୁଡିକ ଉପରେ ଚଢ଼ାଉ ଜାରି ରଖିଛି।
ଆଗାମୀ ଦିନରେ ଜିଲ୍ଲାରେ ବେଆଇନ ଖଣି ଗୁଡିକ ଉପରେ ଚଢ଼ାଉ ଜାରି ରହିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031