Indus Valley Times

ରାଜ୍ୟରେ କମିଛି ତାତି : ବଢୁଥିବା ତାପମାତ୍ରାରୁ ମିଳୁଛି ଆଶ୍ବସ୍ତି

 Breaking News

ରାଜ୍ୟରେ କମିଛି ତାତି : ବଢୁଥିବା ତାପମାତ୍ରାରୁ ମିଳୁଛି ଆଶ୍ବସ୍ତି

ରାଜ୍ୟରେ କମିଛି ତାତି : ବଢୁଥିବା ତାପମାତ୍ରାରୁ ମିଳୁଛି ଆଶ୍ବସ୍ତି
March 21
11:33 2025

ଭୁବନେଶ୍ୱର,୨୧/୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗ କହିଛି, ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଆଜି ଏନେଇ ୫ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର। ଏସବୁ ଜିଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସତର୍କ ସୂଚନା ଜାରି କରାଯାଇଥିବା ଜିଲାଗୁଡ଼ିକରେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସେହିପରି କାଳବୈଶାଖୀ ନେଇ ଉପକୂଳ ଜିଲା ଯଥା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ ପଶ୍ଚିମ ଓଡ଼ିଶାର ଦେବଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼ ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031