Indus Valley Times

ଗଜପତି : ଆଇଏସଆରଡି: “ସଖୀ ୱାନ ଷ୍ଟପ ସେଣ୍ଟର” ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

 Breaking News

ଗଜପତି : ଆଇଏସଆରଡି: “ସଖୀ ୱାନ ଷ୍ଟପ ସେଣ୍ଟର” ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

ଗଜପତି : ଆଇଏସଆରଡି: “ସଖୀ ୱାନ ଷ୍ଟପ ସେଣ୍ଟର” ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ
March 22
21:20 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୩ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ପଲିଟେକନିକ କଲେଜ ସମ୍ମିଳନୀ କକ୍ଷ ଠାରେ ଆଇଏସଆରଡି: ସଖୀ ୱାନ ଷ୍ଟପ” ସେଣ୍ଟର ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ “ସଖୀ ୱାନ ଷ୍ଟପ” କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ ।
କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏହି ଦିବସ ର ଲକ୍ଷ ଓ ଉଦେଶ୍ୟ ଉପରେ କହିବା ସହ ଜଳର ଅପବ୍ୟବହାର ନ କରି କିପରି ତାର ସୁଦୁପଯୋଗ କରିବା ଏବଂ ବାଯୁମଣ୍ଡଳ ଉପରେ ଜଳର ଭୂମିକା ଉପରେ ଆଲୋକପାତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ କଲେଜ ର ଅଧ୍ୟକ୍ଷ୍ୟ ଅନିଲ କୁମାର ପାତ୍ର , ସ୍ଵୟଂ ପ୍ରକଳ୍ପର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , ଏକସନ୍ ଏଡ଼ ଜିଲ୍ଲା ସଂଯୋଜକ ଶ୍ରୀ ଶେଷଦେବ ଭୋଇ , ଜିଲ୍ଲା ଚାଇଲ୍ଡ ଲାଇନ୍ ସଂଜୋଜିକା ଶ୍ରୀମତୀ ଶେଫାଳୀ ଶତପଥୀ , ପଲି ଟେକନିକର ଅଧ୍ୟାପିକା ବର୍ଷାରାଣି ମିଶ୍ର ଏବଂ ଅତିଥି ଅଧ୍ୟାପକ ଶ୍ରୀ ପୀତବାସ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ” ବିଶ୍ୱ ଜଳ ଦିବସ ୨୦୨୫ ର ଆଭିମୁଖ୍ୟ ସମ୍ପର୍କରେ କହି ବିଶ୍ୱ ଜଳ ଚକ୍ରରେ ଗ୍ଲେସିୟର ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେଗୁଡ଼ିକର ତରଳିବାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ସହ ସ୍ଥାୟୀ ଜଳ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହିମବାହ ହେଉଛି ଗୁରୁତ୍ୱପୂର୍ଣ୍ଣ ମଧୁର ଜଳ ଭଣ୍ଡାର , ଯାହା ପାନୀୟ ଜଳ , କୃଷି , ଶିଳ୍ପ ଏବଂ ଇକୋସିଷ୍ଟମ ପାଇଁ ଜଳ ଯୋଗାଇଥାଏ।
ଗ୍ଲେସିୟର ତରଳିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଜଳବାଯ଼ୁ ପରିବର୍ତ୍ତନ କାରଣରୁ ଦ୍ରୁତ ଗତିରେ ତରଳୁଥିବା ହିମବାହ ଗୁଡ଼ିକର ବୃଦ୍ଧି ପାଉଥିବା ବିପଦ ଏବଂ ଜଳ ଉପଲବ୍ଧତା ଓ ସ୍ଥିରତା ଉପରେ ଏହାର ପ୍ରଭାବକୁ ଦୂର କରିବା ସ୍ଥାୟୀ ଜଳ ପରିଚାଳନାକୁ ସହାୟତା କରିବା ସହ ସଙ୍କୁଚିତ ହେଉଥିବା ହିମବାହ ଏବଂ ପରିବର୍ତ୍ତିତ ଜଳ ପ୍ରବାହ ସହିତ ଖାପ ଖୁଆଇବା ପାଇଁ ସ୍ଥାୟୀ ଜଳ ପରିଚାଳନା ଅଭ୍ୟାସ ଏବଂ ସ୍ଥାନୀୟ ରଣକୌଶଳକୁ ପ୍ରୋତ୍ସାହିତ କରିବା ଆଦି ବିଷୟରେ ବୁଝାଇଥିଲେ ।
ଏହି ଦିବସର ମହତ୍ତ୍ଵ କୁ ଗୁରୁତ୍ଵ ଦେବା
ଉଦେଶ୍ୟରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଦିବସ ପାଳନ ଅବସରରେ ପୋଲି ଟେକନିକ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା କରା ଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୋଲି ଟେକନିକ କଲେଜ ର ସମସ୍ତ ଛାତ୍ର ଛାତ୍ରି ଏବଂ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଆଇଏସଆରଡି: ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର , ଏନ: ଉଷା , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ପରିଶେସରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930