Indus Valley Times

ଜିଲ୍ଲା ସ୍ତରୀୟ ସଂଯୋଜନା ଓ ସମନ୍ବୟ କର୍ମଶାଳା ଅନୁଷ୍ଟିତ

 Breaking News

ଜିଲ୍ଲା ସ୍ତରୀୟ ସଂଯୋଜନା ଓ ସମନ୍ବୟ କର୍ମଶାଳା ଅନୁଷ୍ଟିତ

ଜିଲ୍ଲା ସ୍ତରୀୟ ସଂଯୋଜନା ଓ ସମନ୍ବୟ କର୍ମଶାଳା ଅନୁଷ୍ଟିତ
March 22
21:28 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୨/୩ : ବଲାଙ୍ଗୀର ସ୍ଥିତ ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ୱା ଏସ ସି ଓ ଲେହେର ଅନୁଷ୍ଠାନ ତରଫରୁ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।
ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତା ରେ କର୍ମଶାଳା ପରିଚାଳନା କରାଯାଇଥିଲା।ୱାଏସସି ର ନିର୍ଦେଶକ ଉମେଶ ପୁରୋହିତ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ।
ଶିଶୁ ମାନଙ୍କ ସୁରକ୍ଷା,ଯତ୍ନ କ୍ଷେତ୍ରରେ ସମସ୍ତ ସ୍ବେଚ୍ଛାସେବୀ ଓ ସରକାରୀ ଅନୁଷ୍ଠାନ ମାନଙ୍କୁ ନେଇ ଏକ ସମନ୍ୱୟ ଓ ସଂଯୋଜନା ପାଇଁ ଉଦ୍ୟମ କରିବା ପାଇଁ ଅବଗତ କରାଇଥିଲେ।ଏହି ଅବସରରେ ଜିଲ୍ଲା ପୋଲିସ ର ଡି ଏସ ପି ଏ କେ ମଲ୍ଲିକ ଉପସ୍ଥିତ ରହି ଶିଶୁ ଚାଲାଣ ଏବଂ ଶିଶୁ ଓ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଉପରେ ଏକ ସଚେତନତା ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ରହି ଦେଶାନ୍ତର ଶିଶୁ ଶ୍ରମିକ ମାନଙ୍କର ସମସ୍ୟା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍ ଉପରେ ଅବଗତ କରିଥିଲେ,ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି,ଅଣ ଆନୁଷ୍ଠାନିକ ଭାବେ ଥିବା ଶିଶୁଙ୍କ ଯତ୍ନ ନିମନ୍ତେ ଥିବା ବିଭିନ୍ନ ଯୋଜନା ଯଥା ସ୍ପନ୍ସର୍ସିପ,ଫୋଷ୍ଟର୍ କେୟାର,ଯଶୋଦା,ଗ୍ରୀନ ପାସେଜ ଉପରେ ଜଣାଇବା ସହ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ୫ % ଅନୁଦାନ ପଞ୍ଚାୟତ ଅନ୍ ଟାଏଡ଼ ପାଣ୍ଠି ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ଥିବାର ଜଣାଇଥିଲେ।
ରେଲୱେ ର ଜିଆର୍ ପି ପୋଲିସ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ।ଏହି ଅବସର ରେ ପଲ୍ଲୀ ଆଲୋକ ପାଠାଗାର,ଏଡ୍ ଏଡ୍ ଏକ୍ସନ,ୱା ସି ଡି ଏ,ଗ୍ରାମ ମଙ୍ଗଳ ପାଠାଗାର,ଆଶ୍ରା,ବାଳ ନିକେତନର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ୟୁଥ୍ ସର୍ଭିସ ସେଣ୍ଟର ର ସଂଯୋଜିକା ଚନ୍ଦ୍ରକାନ୍ତି ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930