Indus Valley Times

ପୁଣି ଗଡ଼ିଲା ମୁଣ୍ଡ : ସମଗ୍ର ଜିଲ୍ଲାରେ ଭୟର ବାତାବରଣ

 Breaking News

ପୁଣି ଗଡ଼ିଲା ମୁଣ୍ଡ : ସମଗ୍ର ଜିଲ୍ଲାରେ ଭୟର ବାତାବରଣ

ପୁଣି ଗଡ଼ିଲା ମୁଣ୍ଡ : ସମଗ୍ର ଜିଲ୍ଲାରେ ଭୟର ବାତାବରଣ
April 14
17:49 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୪/୪ : ପୁଣି ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଵ୍ୟଵସାୟୀ ଙ୍କୁ ହତ୍ୟା।ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁ ରେ ଘଟିଛି ଏଭଳି ଅମାନବୀୟ ଘଟଣା।ମୃତ ଯୁବକ ଜଣକ ହେଲେ ମନୋଜ ନାଏକ।
ବୟସ ପ୍ରାୟ ୫୦ ବର୍ଷ।ସେ ବିଷ୍ଣୁମୁଣ୍ଡା ର ଜଣେ ବାସିନ୍ଦା।ତେବେ ଆଜି ନିଜ ଘର ନିକଟ ପୋଲ ଉପରେ ତାଙ୍କ ଦୋକାନ ପାଖରେ ବସିଥିବା ବେଳେ ପଛରୁ ଆସି ଟାଙ୍ଗିଆରେ ହାଣୀ ହତ୍ୟା କରିଛି ଦୁର୍ବୁତ୍ତ।ତେବେ ହତ୍ୟା ସନ୍ଦେହ କରୁଥିବା ବ୍ୟକ୍ତି ଟି ସେହି ଗାଁ ର ହୋଇଥିବା ସନ୍ଦେହ କରିଛି ପୋଲିସ।
ତେବେ ପୂର୍ଵ ଶତ୍ରୁତା ସହ ନିଶାଖୋର ବ୍ୟକ୍ତି ଏଭଳି କରିଥିବା ଅଭିଯୋଗ କରଛନ୍ତି ସମ୍ପର୍କୀୟ।ଗତ ୩ ଦିନରେ ୫ ରୁ ଅଧିକ ହତ୍ୟା ସମଗ୍ର ଜିଲ୍ଲା ରେ ଭୟର ବାତା ବରଣ ସୃଷ୍ଟି କରିଛି।
ହେଲେ ବଲାଙ୍ଗୀର ପୋଲିସ ର ପାରିବା ପଣିଆ କୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଅପରାଧୀ ଙ୍କ ସହ ପୋଲିସ ର ମଧୁଚନ୍ଦ୍ରିକା ହିଁ ଏଭଳି ଅପରାଧୀ ଙ୍କୁ ସାହସ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ମୃତକ ଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଳିକା ସାହୁ ଆସି,ଅପରାଧ ବଢ଼ୁଥିବା ନେଇ ପୋଲିସ କୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930