Indus Valley Times

ଗଜପତି: ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

 Breaking News

ଗଜପତି: ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଗଜପତି: ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ
April 14
18:47 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସେବାସ୍ତମ୍ଭ ମିଳିତ ଭାବେ ସମ୍ବିଧାନ ପ୍ରନେତା ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ସେବାସ୍ତମ୍ଭ୍ ପକ୍ଷରୁ ଦଣ୍ଡମାଲା ସାହିସ୍ଥିତ ବ୍ବା ସାହେବ୍ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଶେବାସ୍ତମ୍ଭ ଜିଲ୍ଲା ସଭାପତି ଶ୍ରୀ ଏସ ପାପାରାଓଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟ ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବୁଦ୍ଧମ୍ ଶରଣମ ଗଛାମି ପ୍ରାର୍ଥନା କରିଥିଲେ ।
ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡ ପର‌୍ୟ୍ୟନ୍ତ ଯାଇଥିଲେ ।
ସେହିଭଳି ନୂଆ ବସଷ୍ଟାଣ୍ଡ ଠାରେ ଥିବା ବାବାସାହେବ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପ-ଜିଲ୍ଲାପାଳ , ପାରଳାଖେମୁଣ୍ଡି, ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ଜିଲ୍ଲା ଶେବାସ୍ତମ୍ଭ୍ ସଭାପତି ତଥା ରାୟଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଏସ.ପାପା ରାଓ , ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା ।
ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଗଣ ନିଜ ନିଜ ଅଭିଭାଷଣରେ ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା , ସଂଘର୍ଷମୟ ଜୀବନୀ , କାର‌୍ୟ୍ୟାବଳୀ , ବିଭିନ୍ନତା , ରାଜନୈତିକ , ଅର୍ଥନୈତିକ , ଦାର୍ଶନିକ, ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା କରିଥିଲେ । ଆମ୍ବେଦକରଙ୍କ ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ ।
ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ ।
ସେହିପରି ସମାଜର ପରିବର୍ତ୍ତନ ସହିତ ସମ୍ବିଧାନର ସଂଶୋଧନ ସକାଶେ ମଧ୍ୟ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ରହିଥିବା ସମସ୍ତ ଅତିଥି ଗଣ ଅବଗତ କରାଇଥିଲେ । ଆମ୍ବେଦକର ସ୍ଵତନ୍ତ୍ରତା , ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ ବୋଲି ଅତିଥିଗଣ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଟିମନ ବାରା , ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଓଡ଼ିଶା ଜୀବିକା ମିଶନ , ଗଜପତି , ବରିଷ୍ଠ ନାଗରିକ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ ଶ୍ରୀ ବୀଚିତ୍ରା ନନ୍ଦ ବେବର୍ତ୍ତା , ସେବାସ୍ତମ୍ବର ଉପସଭାପତି ଶ୍ରୀ ପୁରୁଷୋତ୍ତମ ବେହେରା , ଅଡିଟର ଶ୍ରୀ ୱାୟ.ଦିଲେଶ୍ଵର ରାଓ , ଉପଦେଷ୍ଟା ଶ୍ରୀ ଜାମାନ କାରେୟା , ସହ ସମ୍ପାଦକ ଶ୍ରୀ ଭି.ଗୋପାଳ ରାଓ , ସମ୍ପାଦକ ଶ୍ରୀ ବାବୁଲା ପୂଜାରୀ , ବାବାଜୀ ପ୍ରଧାନ , କେ.ରବି କୁମାର ,ଶ୍ରୀ ଗୌରହରି ବେହେରାଙ୍କ ସମେତ ବହୁ ସଦସ୍ୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିବା ବେଳେ ବିଭାଗର କର୍ମଚାରୀ ଅପରାନନ୍ଦ ଆନନ୍ଦ , ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930