Indus Valley Times

ବଲାଙ୍ଗିର ରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ

 Breaking News

ବଲାଙ୍ଗିର ରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ

April 28
18:48 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୮/୪ : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।
ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ମ୍ୟାଲେରିଆ ଭଳି ରୋଗକୁ କେମିତି ଅତି ଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।
ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗ କୁ ହ୍ରାସ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ।
ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେର ଚନ୍ଦ୍ର ମହନ୍ତ ଏହି ଦିବସ ପାଳନ ର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ଡ଼.ଦିବ୍ୟକିଶୋର ପତି ଏବଂ ଡ଼. ସୁଧା ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ଵାଇଁ ସ୍ବାଗତ ବକ୍ତ୍ୟବ୍ୟ ପ୍ରଦାନ ଏବଂ କବିନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ,ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ ଜିଲ୍ଲାରେ ୨୦୨୪ ମ୍ୟାଲେରିଆ ପୋଜିଟିଭ ସଂଖ୍ୟା ୮୧୮ ଥିଲା ବେଳେ ସଚେତନତା ଏବଂ ମଶାରୀ ବ୍ୟବହାର ଦ୍ବାରା ଏହା କମିବ ବୋଲି ସଭାରେ ମତପ୍ରକାଶ ପାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031