Indus Valley Times

୩୦ ଫୁଟ୍ ଉଚ୍ଚ ଓଭର ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

 Breaking News

୩୦ ଫୁଟ୍ ଉଚ୍ଚ ଓଭର ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

୩୦ ଫୁଟ୍ ଉଚ୍ଚ ଓଭର ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ୟାଙ୍କର, ଡ୍ରାଇଭର ଫେରାର
May 04
18:10 2025

ରାୟଗଡ଼ା,୪/୫: ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ପୁରୁଣା ତଥା ଏକମାତ୍ର ଫ୍ଲାଏ ଓଭର ଉପରେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଛି ଏକ ଟ୍ୟାଙ୍କର। ଏହି ଟ୍ୟାଙ୍କର ଓଲୋଟି ପଡ଼ିବାରୁ ଫ୍ଲାଏ ଓଭରର ପାର୍ଶ୍ୱ ପାଚେରି ଭାଙ୍ଗି ଯାଇଛି। ତେବେ ତଳେ ବେଆଇନ ଭାବେ ବସିଥିବା ବଜାର ସମ୍ପୂର୍ଣ୍ଣ। ନଷ୍ଟ ହୋଇଯାଇଥିବା ବେଳେ ଧନଜୀବନ ସୁରକ୍ଷିତ ରହିଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, କୋରାପୁଟ ରାସ୍ତାରୁ ବ୍ରହ୍ମପୁର ରାସ୍ତାରେ ଫେରୁଥିବା ଏକ ଖାଲି ଟ୍ୟାଙ୍କର ସହରର ଜାତୀୟ ରାଜପଥ କଡ଼ରେ ଥିବା ଫ୍ଲାଏ ଓଭର ଉପର ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ୟାଙ୍କର ଓଲଟି ତଳେ ସହର ମଝିରେ ପଡ଼ିଯାଇଛି।
ଖବର ପାଇ ରାୟଗଡ଼ା ଟାଉନ ଥାନା ଆଇଆଇସି କେକେବିଜେ କହଁର ଦମକଳ ବାହିନୀକୁ ସୂଚନା ଦେବା ସହ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଖବର ପାଇ ରାୟଗଡ଼ା ଏସ୍‌ଡିପିଓ ଗୌରୀ ଶଙ୍କର ସାହୁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଫ୍ଲାଏ ଓଭରରୁ ଟ୍ୟାଙ୍କର ଓଲଟି ପଡ଼ିବା ସମୟରେ ଏକ ସ୍କୁଟି ନଂ ଓଡ଼ି ୧୮ଏଲ ୦୯୪୭ ମଧ୍ୟ ତା’ ସହିତ ତଳକୁ ଟାଣି ହୋଇଯାଇଥିଲା। ତେବେ ସ୍କୁଟି ଚାଳକ ନିଜକୁ ସୁରକ୍ଷିତ ରଖିବା ପାଇଁ ସ୍କୁଟିରୁ ଡେଇଁ ପଡ଼ିଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930