Indus Valley Times

ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍ ମନା

 Breaking News

ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍ ମନା

ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍ ମନା
May 09
16:32 2025

ସମ୍ବଲପୁର, ୯/୫ : ହୀରାକୁଦରେ ବଢିଲା ସୁରକ୍ଷା। ଡ୍ୟାମର ଉଭୟେ ପାଶ୍ୱରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଚାରିଆଡେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରେ ମୁତୟନ ଥିବା ପୋଲିସଙ୍କୁ ଲାଇଟ୍ ମେସିନ୍ ଗନ୍ (ଏଲଏମଜି)ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି। ସମ୍ଭାବ୍ୟ ଅଘଟଣାକୁ ସାମ୍ନା କରିବାକୁ ସୁରକ୍ଷାବାହୀନିଙ୍କୁ ଏହା ଯୋଗାଇ ଦିଆଯାଇଛି। ହୀରାକୁଦ ଡ୍ୟାମ୍ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରେ ରୋକ ଲଗାଯାଇଛି।
ସେହିପରି କେନ୍ଦ୍ରାପଡା ଜିଲ୍ଲାକୁ ବି ସର୍ତକ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଲାଇଟ୍ ହାଉସକୁ ପର‌୍ୟ୍ୟଟକଙ୍କୁ ବାରଣ କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930