Indus Valley Times

ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

 Breaking News

ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିରରେ ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ
May 10
22:54 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୦/୫ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ,ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି।
ଏହି ଲୋକ ଅଦାଲତରେ,ଜିଲ୍ଲା କୋର୍ଟ ପରିସରରେ ଥିବା ଜିଲ୍ଲା ନ୍ୟାୟାଳୟର,ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ,ଚେୟାରମ୍ୟାନ,ପି ଏଲ୍ ଏ,(ପି. ୟୁ.ଏସ୍), ଶ୍ରୀଯୁକ୍ତ ବିମଲ କୁମାର ଚାନ୍ଦ,ଜଜ୍ ଫ୍ୟାମିଲି କୋର୍ଟ,ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ,ଶ୍ରୀଯୁକ୍ତ ହିମାଂଶୁ ଶେଖର ସିଂହ,ଅତିରିକ୍ତ ଜିଲ୍ଲା ଜଜ୍ ଦ୍ବିତୀୟ,ଶ୍ରୀଯୁକ୍ତ ପ୍ରିୟ ରଂଜନ ମିଶ୍ର,ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ,ଶଙ୍ଖ ଚକ୍ରବର୍ତୀ,ସିଭିଲ୍ ଜଜ୍(ବରିଷ୍ଠ),ଶ୍ରୀଯୁକ୍ତ ଆଶିଷ କୁମାର ସାହୁ,ସିଭିଲ୍ ଜଜ୍(ବରିଷ୍ଠ), ଶ୍ରୀମତୀ କୁନ୍‌ମୁନ୍ ଆଚାର୍ଯ୍ୟ,ସିଭିଲ୍ ଜଜ୍(ବରିଷ୍ଠ),ଶ୍ରୀମତୀ ବୈଶାଳୀ ନାୟକ,ଅତିରିକ୍ତ ସିଭିଲ୍ ଜଜ୍(ବରିଷ୍ଠ),ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ସିଭିଲ୍ ଜଜ୍(କନିଷ୍ଠ),ଶ୍ରୀମତୀ ସାସ୍ୱତୀ ମହାପାତ୍ର,ଜେ.ଏମ୍.ଏଫ୍.ସି, ଶ୍ରୀମତୀ ଲକ୍ଷ୍ମୀ ବେହେରା,ଜେ.ଏମ୍.ଏସ.ସି,ଅର୍ଘ୍ୟରୂପା ମିଶ୍ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାନ୍ତ ଏବଂ ଜିଲ୍ଲା ବାର ର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ।
ଏହା ସହିତ ଜିଲ୍ଲା ର ବିଭିନ୍ନ ରାଜସ୍ବ ଅଧିକାରୀ,ଜାତୀୟକରଣ ବ୍ୟାଙ୍କ,ଜଳ ବିଭାଗ, ବିଦ୍ୟୁତ ବିଭାଗ,ବିଏସଏନଏଲ ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ।
ପ୍ରାତ୍ତ୍ଵିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଡା.ଶ୍ରୀଯୁକ୍ତ ନନ୍ଦ କିଶୋର ପାଢିଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାଧ୍ୟମରେ ପ୍ରାଧିତକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ,ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ବାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ବାରା ବିକ୍ରି କରାଯାଇଥିଲା।
ତା ସହିତ ଅଂଶୁଘାତ ଓ ବଜ୍ରପାତ ରୁ ରକ୍ଷା ପାଇବା ପାଇଁ ସଚେତନତା ଶିବିର ଖୋଲା ଯାଇଥିଲା।
ଏହି ରାଷ୍ଟ୍ରିୟ ଲୋକ ଅଦାଲତ ରେ ୨୫ ଟି ଦେୱାନୀ ମକୋଦ୍ଦମା ୫୭୦୬୦୦୦ ଟଙ୍କାରେ ଫଇସଲା ହୋଇଥିଲା।୧୧ ଟି ବ୍ୟାଙ୍କ ମକୋଦ୍ଦମା ର ସମାଧାନ ୩୪୨୧୧୬୮ ଟଙ୍କା ରେ ହୋଇଥିଲା।
୧୨ ଟି ମଟର ଦୁର୍ଘଟଣା ଜନିତ ମାମଲା ର ଫଇସଲା କରାଯାଇ ମୋଟ୍ ୭୬୦୫୦୦୦ଟଙ୍କା କ୍ଷତିପୁରଣ ଦେବାପାଇଁ ଆଦେଶ କରାଯାଇଥିଲା
୫୨୩ ଟି ଫୌଜଦାରି ମକୋଦ୍ଦମା୯୮୪୦୦୦ ଟଙ୍କା ରେ ଫଇସଲା ହୋଇଥିଲା।ପାରିବାରିକ ମିଳାମିଶାରେ ୦୮ ଟି ମାମଲା ଫଇସଲା ହୋଇଥିଲା।
୭୨୯୫ ଟି ରାଜସ୍ୱ ମାମଲା ର ବିଚାର କରାଯାଇଥିଲା।
୩୪୮ ଟି ପ୍ରାକ୍ ମକୋଦ୍ଦମା ମାମଲା ର ସମାଧାନ କରାଯାଇ ୭୫୮୬୩୮୩ ଟଙ୍କା ରେ settle ହୋଇ ଥିଲା।ମୋଟ ୮୨୨୨ ଟି ମୋକଦ୍ଦମା ୨,୫୬,୯୨,୫୫୧ ଟଙ୍କା ରେ ଫଇସଲା ହୋଇଥିଲା।
ଲୋକ ଅଦାଲତ କୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ,ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ବଲାଙ୍ଗିର ପରିଚାଳନା କରିଥିଲେ।ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31