Indus Valley Times

ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରେ ଲାଗି ଯୁବକଙ୍କ ଜୀବନ ଚାଲିଗଲା

 Breaking News

ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରେ ଲାଗି ଯୁବକଙ୍କ ଜୀବନ ଚାଲିଗଲା

ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରେ ଲାଗି ଯୁବକଙ୍କ ଜୀବନ ଚାଲିଗଲା
May 16
22:09 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ମଣିପୁର ଗ୍ରାମରେ ଛେଳି ଚରାଇବାକୁ ଯାଇଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ପେନାପୁସି ଗ୍ରାମର ସମିତି ପ୍ରଧାନ (୩୩)ଙ୍କ ଚାଲିଗଲା ଜୀବନ ।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସକାଳେ ଛେଳି ନେଇ ମଣିପୁର ଗ୍ରାମ ଆଡେ ଚରାଇବାକୁ ଯାଇଥିଲେ । ହେଲେ ମଣିପୁର ରେ ଥିବା ପାଚେରୀ ବିହୀନ ଟ୍ରାନ୍ସଫର୍ମରେ ଲାଗି ସମିତି ଙ୍କ ଜୀବନ ଚାଲିଯାଇଥିଲା ।
ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ସମିତି ଙ୍କ ଅକାଳରେ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ୍ ବିଭାଗ ମୃତକ ଙ୍କ ପରିବାର କୁ ଯଥା ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଖବର ପାଇ ଦାରିଙ୍ଗବାଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଠାକୁରାଣୀ ଯାତ୍ରା ଅସ୍ଥାୟୀ ପୀଠରେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର
ବାଲିଗୁଡା,୧୬/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏହି ପରିପ୍ରେକ୍ଷୀରେ ଅସ୍ଥାୟୀ ମଣ୍ଡପ ନିକଟକୁ ମା ‘ମାନଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ସ୍ଥାନୀୟ ଅଞ୍ଚଳ ତଥା ବାହାରୁ ଆସୁଥିବା ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର ଶ୍ରୀ ଶ୍ରୀ ଶ୍ରୀ ମା’ପାଟଖଣ୍ଡା ଠାକୁରାଣୀ ଯାତ୍ରା କମିଟି ତରଫରୁ ସକାଳ ଆଳତୀ ପର ଠାରୁ ମା’ ମାନଙ୍କ ନଗର ପରିକ୍ରମା ବାହାରିବା ପର ପର୍ଯ୍ୟନ୍ତ ଖୋଲା ଯାଉଛି ।
ଏହି ମିଷ୍ଟାନ ଭୋଗ ମା’ ମାନଙ୍କ ଠାରେ ଆଳତୀ ଓ ଭୋଗ ଲାଗି ହେବା ପରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ୭ ପ୍ରକାର ସୁସ୍ୱାଦ ମିଠା ପ୍ରସ୍ତୁତ କରାଯାଇ ମା’ ଙ୍କ ଉଦେଶ୍ୟରେ ବିକ୍ରୟ କରାଯାଉଛି । ଯାତ୍ରା ଆରମ୍ଭ ହେବାର ୧୧ ଦିନ ବିତି ଯାଇଥିବା ବେଳେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ରରେ ମଧ୍ୟ ପ୍ରବଳ ଭିଡ଼ ଲାଗି ରହୁଛି ।
ଏଥିରେ ସମିତି ର ସମ୍ପାଦକ ଶିବରାମ ପ୍ରଧାନୀଙ୍କ ସମେତ ଗଙ୍ଗାଧର ଭୋଇ, ସୁରେଶ ଚନ୍ଦ୍ର ମହାନ୍ତି, ବଂଶୀଧର ପଣ୍ଡା, ଦୁଃଖିଶ୍ୟାମ ମହାରଣା, ଯୋଗେନ୍ଦ୍ର ଜେନା, ଦୟାନିଧି ମହାରଣା, କାଶୀନାଥ ସାହୁ, ସୁରେଶ ଚନ୍ଦ୍ର ଦାସ,ପ୍ରକାଶ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31