Indus Valley Times

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଅବ୍ୟବସ୍ଥା

 Breaking News

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଅବ୍ୟବସ୍ଥା

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଅବ୍ୟବସ୍ଥା
May 17
19:13 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୭/୫ : ବଲାଙ୍ଗିର ଜିଲ୍ଲା ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ଜିଲ୍ଲା ଭାବେ ପରିଗଣିତ। ଏହି ଜିଲ୍ଲା ର ମେଡିକାଲ କଲେଜ ହସ୍ପିଟାଲ ଉପରେ ପ୍ରାୟ ୬/୭ ଗୋଟି ଜିଲ୍ଲା ନିର୍ଭର କରନ୍ତି।
ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ନିର୍ମାଣ ହେଲାପରେ ସମସ୍ତ ଙ୍କ ଆଶା ଥିଲା ଏଠି ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।କିନ୍ତୁ ଏହି ମେଡିକାଲ କଲେଜ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ନିକଟରେ ତା.୧୨.୫.୨୫ ରିଖ ରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଘୁଚେପାଲି ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣା ରେ ୨ଜଣ ରେଲୱେ କର୍ମଚାରୀ ଆହତ ହୋଇଥିଲେ।
ଆହତ ନିରଞ୍ଜନ ଭୋଇ ରେଲୱେ କର୍ମଚାରୀ ଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହୋଇଥିଲା।
ଦୁର୍ଘଟଣା ପରେ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବହିର୍ବିଭାଗ କୁ ନିଆଯାଇଥିଲା। ଡାକ୍ତର ଙ୍କ ପରାମର୍ଶ କ୍ରମେ ସେଠାରେ ସିଟି ସ୍କାନ କରାଯାଇଥିଲା।
ସିଟି ସ୍କାନ ରିପୋର୍ଟ ଅନୁଯାୟୀ ନିରଞ୍ଜନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା।
ସରକାରୀ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କୁ ଗୋଟିଏ ବେସରକାରୀ ଆମ୍ବୁଲାନ୍ସରେ ବୁର୍ଲା କୁ ନିଆଯାଇଥିଲା।
ବୁର୍ଲା ମେଡିକାଲର ନ୍ୟୁରୋ ବିଭାଗରେ ପ୍ରବଳ ଭିଡ଼ ଥିବାରୁ ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ଗୌରୀ ହସ୍ପିଟାଲ କୁ ନେଇଥିଲେ।ସେଠାରେ ତାଙ୍କୁ ଭର୍ତ୍ତି କରି ୪ଘଣ୍ଟା ରଖିଲା ପରେ ନ୍ୟୁରୋ ଡାକ୍ତର ଅନୁପସ୍ଥିତ ଥିବା ଦର୍ଶାଇ ଫେରାଇ ଦେଇଥିଲେ।
ଏହାପରେ ଅନାନ୍ୟୋପାୟ ହୋଇ ବରଗଡ଼ ବିକାଶ ହସ୍ପିଟାଲ କୁ ସେହିଦିନ ରାତ୍ରି ୧୨ ଟା ବେଳେ ନେଇ ଭର୍ତ୍ତି କରିଥିଲେ।
ବରଗଡ଼ ବିକାଶ ରେ ଔଷଧ ଦେଇ ୧୩.୫.୨୫ ରିଖ ପର୍ଯ୍ୟନ୍ତ ରଖିଲେ। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନ ପାଇବା ରୁ ସେହିଦିନ ଗୋଟିଏ ପ୍ରାଇଭେଟ୍ ଆମ୍ବୁଲାନ୍ସ ରେ ୩୦,୦୦୦ ଟଙ୍କା ଦେଇ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ରେ ରାତ୍ରି ୧୨ ଟା ରେ ପହଞ୍ଚିଥିଲେ।
ସେଠାରେ ସୁବିଧା ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ସମସ୍ତ ତଥ୍ୟ ଜଣେ ମହାନ୍ ବ୍ୟକ୍ତିତ୍ଵ ସମାଜସେବୀ ତଥା ଆଇନଜୀବୀ ନେତ୍ରାନନ୍ଦ ନାଗ ଙ୍କ ଠାରୁ ସୂଚନା ମିଳିବା ପରେ ପୁଙ୍ଖାନୁପୁଙ୍ଖ ଲେଖିବାର ସହଯୋଗ ମିଳିଲା।
ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ମେଡିକାଲ କଲେଜ୍ ଖୋଲିଥିବା ସତ୍ତ୍ୱେ ସ୍ବାସ୍ଥ୍ୟ ସେବା ଅପହଞ୍ଚ ରେ ଥିବା ଦୁଃଖର ବିଷୟ। ସ୍ବାସ୍ଥ୍ୟ ସେବା ପାଇବା ସମସ୍ତଙ୍କ ଅଧିକାର ଥିବା ବେଳେ ଏହି ସେବା ପାଇବାରୁ ଲୋକେ ବଞ୍ଚିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡେ।
ଏଣୁ ସରକାର ଙ୍କୁ ପୀଡ଼ିତ ପରିବାର ତରଫରୁ ଅନୁରୋଧ କରାଯାଇଛି ଯଥା ଶୀଘ୍ର ନୂତନ ମେଡିକାଲ କଲେଜ ମାନଙ୍କରେ ସମସ୍ତ ବିଭାଗ ମାନଙ୍କ ପାଇଁ ଡାକ୍ତର ନିଯୋଗ ସହ ଆବଶ୍ୟକୀୟ ଯନ୍ତ୍ରପାତି ର ବ୍ୟବସ୍ଥା କରାଗଲେ ସ୍ବାସ୍ଥ୍ୟ ସେବାରେ ସୁଧାର ହେବ।ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ମଙ୍ଗ ଧରିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହଲିଙ୍ଗ।
ଏଣୁ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଏ ଅଞ୍ଚଳ ର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେଇ ବିହୀତ ପଦକ୍ଷେପ ନେବେ,ଯେହେତୁ ଜୀବନରେ ଥରେ ମଣିଷ ସେବା କରିବାର ମୌକା ଭଗବାନ ଦେଇଥାନ୍ତି।
ଏଣୁ ଏ ସୁଯୋଗ ବିଦ୍ୱାନୀ ମୁକେଶ ମହାଲିଙ୍ଗ ହାତଛଡ଼ା କରିବେ ନାହିଁ ବୋଲି ହୃଦବୋଧ ହୁଏ।
ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବି ବାଳକୃଷ୍ଣ ଷଡ଼ଙ୍ଗୀ (ବୁଢା) ଏବଂ ନରେନ୍ଦ୍ର ବେହେରା ବଲାଙ୍ଗିର ଜିଲ୍ଲାର ବିପର‌୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଜଣାଇଥିବା ବେଳେ ଆହତ ନିରଞ୍ଜନ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930