Indus Valley Times

ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ

 Breaking News

ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ
May 22
17:41 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୨/୫ :ବଲାଙ୍ଗିର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ଙ୍କ ଦ୍ୱାରା ଗଠିତ ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗ ସ୍କ୍ୱାର୍ଡ ଟିମ ବିଭିନ୍ନ ସ୍ଥାନରେ ଛାପା ମାରିଛି।
କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ,ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଏବଂ ପୋଲିସଙ୍କ ଉପସ୍ଥିତ ରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ସ୍ଥିତ ଗ୍ୟାସ ପୁନଃଭର୍ତି କରୁଥିବା ୫ ଟି ଦୋକାନରେ ଅତର୍କିତ ଚଢଉ କରିଥିଲେ।
ଏହି ସମୟରେ ୫୩ ଘରୋଇ ଗ୍ୟାସ ସିଲିଣ୍ଡର କୁ ଜବତ କରାଯାଇଛି। ଅସାଧୁ ଉପାୟରେ ଏହି ଦୋକାନ ଗୁଡିକରେ ଚଢା ଦରରେ ରେ ବିନା କୌଣସି ଲାଇସେନ୍ସ ରେ ଗ୍ୟାସ ବିକ୍ରି କରାଯାଉଥିବାରୁ ଏହି ଚଢାଉ କରାଯାଇଛି। ତେବେ ଆଗକୁ ମଧ୍ୟ ଏମିତି ଅତର୍କିତ ଚଢଉ ଜାରି ରହିବ ବୋଲି ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31