Indus Valley Times

ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

 Breaking News

ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ଆଜି ଠାରୁ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ –ଭାଲେର ପେକ୍ସ ରେ ଧାନ କିଣା ର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ
May 23
21:47 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୩/୫ : ବଲାଙ୍ଗିର ଜିଲ୍ଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ର ନିଷ୍ପତ୍ତି ଅନୁସାରେ ଆରମ୍ଭ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ରବି ଧାନ କିଣା ର ଶୁଭାରମ୍ଭ କରିଛନ୍ତି।
ବଲାଙ୍ଗିର ଜିଲ୍ଲାରେ ଚଳିତ ମଇ ମାସ ୨୩ ତାରିଖରୁ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ସମୁଦାୟ ୧୨୨ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ରବି ଧାନ କ୍ରୟ କରାଯିବ।ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୧୧୬୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।ସମୁଦାୟ ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲା କୁ ମିଳିଛି।
ଝାଙ୍କରପାଲି ପେକ୍ସ ରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ,ସମବାୟ ସମିତି ଉପ ନିବନ୍ଧକ ପ୍ରମୋଦ ବରିହା ଙ୍କ ସମେତ ଯୋଗାଣ,ସମବାୟ,ନିୟନ୍ତ୍ରିତ ବଜାର କମିଟି,ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930