Indus Valley Times

ବାଲିଗୁଡ଼ାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

 Breaking News

ବାଲିଗୁଡ଼ାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବାଲିଗୁଡ଼ାରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ
May 25
19:34 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୫ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦଙ୍କ ଜୟନ୍ତୀ ମହୋତ୍ସବ ରବିବାର ପାଳିତ ହୋଇଯାଇଛି ।
ଖବରଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା, ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ଏକଲ ବିଦ୍ୟାଳୟର ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ,ଶିକ୍ଷକ ତୀର୍ଥବାସୀ ଘଡେ଼ଇ ପ୍ରମୁଖ ଯୋଗଦେଇ ଦେବର୍ଷି ନାରଦଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ମନଯାନରେ ପରିଭ୍ରମଣ କରି ଦେବ, ଦାନଵ ସମସ୍ତଙ୍କ ଠାରେ ପହଞ୍ଚି ଖବର ପରିବେଷଣ କରୁଥିଲେ । ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ ।
ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ ଅଟନ୍ତି । ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁ୍ପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତିର୍ଥବାସୀ ଘଡେ଼ଇ ସଂଯୋଜନା କରିଥିଲେ ।
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: କଲିକତା ର ଅଘୋରୀ ନୃତ୍ୟ ସାଙ୍ଗ କୁ ପୁରୀର ଶିବ ତାଣ୍ଡବ ନୃତ୍ୟରେ ଚମକିଲା
ବାଲିଗୁଡା, ୨୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୫ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି । ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ବର୍ତ୍ତମାନ ଖରାଛୁଟି ଥିବାରୁ ସ୍କୁଲ କଲେଜ ବନ୍ଦ ଅଛି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଆଜି ମାସର ଶେଷ ରବିବାର ଥିବାରୁ ବାଲିଗୁଡା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ଏଣୁ ଅନ୍ୟ ଦିନ ଅପେକ୍ଷା ଆଜି ପ୍ରବଳ ଗହଳି ହୋଇଥିଲା, ଏହାକୁ ଆଖି ଆଗରେ ରଖି ବସଷ୍ଟାଣ୍ଡ ସଂଘ ତରଫରୁ ଘୋଳ ଦହି ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା ।
ରବିବାର ୨୦ ଦିନରେ ବସଷ୍ଟାଣ୍ଡ ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ । ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ କଲିକତା ର ଅଘୋରୀ ନୃତ୍ୟ, ପୁରୀର ଶିବ ତାଣ୍ଡବ ନୃତ୍ୟ ଓ ସଂକୀର୍ତନ ମଣ୍ଡଳୀ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ ଦେଇ ବସଷ୍ଟାଣ୍ଡର ପ୍ରବେଶ ଦ୍ୱାରରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା\’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା\’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ସୋମବାର ଦିନ ସାବିତ୍ରୀ ବ୍ରତ ପାଇଁ ବିଶ୍ରାମ ଦିବସ ରହିଥିବା ବେଳେ ମଙ୍ଗଳବାର ଦିନ ମା\’ କନକ ଦୁର୍ଗା ଙ୍କ ନିଜସ୍ୱ ସାହି ନୂଆସାହି କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି । ଏଥିରେ ଯାତ୍ରା କମିଟି ସହ ବସଷ୍ଟାଣ୍ଡ କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930