Indus Valley Times

ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 Breaking News

ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବଲପୁରରେ ଆୟୋଜିତ ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
May 29
22:26 2025

ଭୁବନେଶ୍ୱର, ୨୯/୫ : ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, ଶୀତଳ ଷଷ୍ଠୀ ଯାତ୍ରା’ ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି।
ତେବେ ଏହି ଅନୁଦାନ ଦେବ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରାକୁ ଆହୁରି ଭବ୍ୟ କରିବ । ଏହା ଲୋକଙ୍କ ସରକାର, ଏହି ସରକାରରେ ଲୋକ ପରମ୍ପରା ଓ ଓଡ଼ିଆ ଅସ୍ମିତା ଗରିମାମୟ ହେବ ।
ଆସନ୍ତା ୩୧ ତାରିଖ ମଧ୍ୟରାତ୍ରରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ ହେବ ପରେ ଜୁନ୍ ୧ ତାରିଖରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଆରମ୍ଭ ହେବ । ଜୁନ ୨ ତାରିଖ ଅପରାହ୍‌ଣରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031