Indus Valley Times

କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

 Breaking News

କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ
June 05
13:58 2025

କୋରାପୁଟ, ୫/୬ : କୋରାପୁଟରେ ରୋଗୀ ମୃତ୍ୟୁର ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ସମୀକ୍ଷା କରୁଛନ୍ତି ।
କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରାଯାଉଛି । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି ।
କୋରାପୁଟ ଜିଲ୍ଲା ମେଡ଼ିକାଲ ଆଇସିୟୁ ଏବଂ ସର୍ଜରୀ ୱାର୍ଡରେ ଏକାସଙ୍ଗରେ କେମିତି ଚାଲିଗଲା ୬ ଜଣଙ୍କ ଜୀବନ । କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ଗ୍ରାଉଣ୍ଡକୁ ଯାଇ ସ୍ଥିତି ଯାଂଚ କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମେଡିକାଲ କତୃପକ୍ଷଙ୍କୁ ପଚରାଉଚରା କରିବା ସହିତ ପୂରା ସ୍ଥିତିର ଯାଂଚ କରାଯାଉଛି । ସେହିପରି ଏମକେସିଜି ଏବଂ ଏସସିବି ମେଡିକାଲର ୫ ଜଣିଆ ଟିମ୍ ଗ୍ରାଉଣ୍ଡକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।
ଚିକିତ୍ସା ଅବହେଳା, ଭୂଲ ଇଞ୍ଜେକ୍ସନ ଭଳି ବିଭିନ୍ନ ଅଭିଯୋଗର ତଦନ୍ତ ଚାଲିଛି । ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ । ତେବେ ମେଡିକାଲରେ ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି, ରିପୋର୍ଟ ଆସିଲେ ସେହି ଆଧାରରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930