Indus Valley Times

ଗଜାନନ କାଲେ ହେଲେ ଟିପିଏନଓଡିଏଲର ନୂଆ ସିଇଓ(ଡେଜିଗନେଟ୍)

 Breaking News

ଗଜାନନ କାଲେ ହେଲେ ଟିପିଏନଓଡିଏଲର ନୂଆ ସିଇଓ(ଡେଜିଗନେଟ୍)

ଗଜାନନ କାଲେ ହେଲେ ଟିପିଏନଓଡିଏଲର ନୂଆ ସିଇଓ(ଡେଜିଗନେଟ୍)
June 10
10:12 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୧୦/୬ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ-ଡେଜିଗନେଟ୍) ଭାବେ ଶ୍ରୀ ଗଜାନନ ଏସ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି।
ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମିଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ କରିଛନ୍ତି।
ସେ ନାଗପୁର ସ୍ଥିତ ‘ଏନଆଇଟି’ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିବାବେଳେ ଆଇଆଇଏମ ଅହମ୍ମଦାବାଦରୁ ପରିଚାଳନା କ୍ଷେତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ବିଦ୍ୟୁତ ବିତରଣ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି। ନିଜର ଅଭିମତ ରଖି ଶ୍ରୀ କାଲେ କହିଛନ୍ତି ଯେ, “ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରତିଶୃତିବଦ୍ଧ।
ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅଭିନବ ପରିଚାଳନା ପଦ୍ଧତି ଦ୍ଵାରା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଆମର ସର୍ବଦା ଲକ୍ଷ୍ୟ। ଟିପିଏନଓଡିଏଲର ସିଇଓ(ଡେଜିଗନେଟ୍) ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଶ୍ରୀ କାଲେ ଦିଲ୍ଲୀ ବିଦ୍ୟୁତ୍ ବିତରଣ ନିଗମ ତଥା ‘ଟିପିଡିଡିଏଲ’ର ସିଇଓ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ଏହା ପୂର୍ବରୁ ସେ ଓଡିଶାର ଟିପିଡବ୍ଲ୍ୟୁଡିଏଲ, ଆଜମେରର ‘ଟିପିଏଡିଏଲ’ ରେ ମଧ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି। ତେବେ ଟିପିଡିଡିଏଲ’ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଟିପିଏନଓଡିଏଲ ପୂର୍ବତନ ସିଇଓ ଶ୍ରୀ ଦ୍ବିଜଦାସ ବସାକଙ୍କ ବଦଳି ହୋଇଛି।
ସୂଚନାଥାଉକି ଟିପିଏନଓଡିଏଲ ପ୍ରାୟ ୯୭ଲକ୍ଷ ଲୋକଙ୍କୁ ବିଜୁଳି ସେବା ଯୋଗାଉ ଥିବାବେଳେ ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨୭ହଜାର ୯୨୦ ବର୍ଗ କିଲୋମିଟର ଅଞ୍ଚଳକୁ ଟିପିଏନଓଡିଏଲ ବିଦ୍ୟୁତ ବିତରଣ କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31