Indus Valley Times

ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ , ଉନ୍ନୟନ କାର୍ଯ୍ୟକୁ କ୍ରିୟାଶୀଳ କରିବାକୁ ପରାମର୍ଶ

 Breaking News

ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ , ଉନ୍ନୟନ କାର୍ଯ୍ୟକୁ କ୍ରିୟାଶୀଳ କରିବାକୁ ପରାମର୍ଶ

June 12
09:45 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୬ : ରାଜ୍ୟ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀପାତ୍ର ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରି ସମସ୍ତ ବିଭାଗ ର ଊନ୍ନୟନ କାମ ପାଇଁ ଦିଆଯାଇଥିବା ଅନୁଦାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ ।
ବିଶେଷ ଭାବରେ ସହରର ଡ୍ରେନେଜ ବ୍ୟବସ୍ଥା,ରାଜସ୍ୱ ଆଦାୟ ବୃଦ୍ଧି ତ୍ୱରାନ୍ୱିତ,ସଫେଇ କାର୍ଯ୍ୟକ୍ରମ, ସୌନ୍ଦର୍ଯ୍ୟକରଣ, ଜିଲା ଷ୍ଟାଡିୟମ ଓ କଚେରି ପଡିଆରେ ଡ୍ରେନେଜ ବ୍ୟବସ୍ଥା ଓ ଉନ୍ନତିକରଣ , ରିଂ ବନ୍ଧ ନିର୍ମାଣ, ସହରର ସଫେଇ କରଣ, ଆଲୋକୀକରଣ,ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବା ଉପରେ ବୈଠକରେ ମନ୍ତ୍ରୀ ଡ. ମହାପାତ୍ର ଗୁରୁତ୍ୱ ଦେଇଥିଲେ ।
ବୌଦ୍ଧ ମ୍ୟୁନସିପାଲଟି ମାନ୍ୟତା ପ୍ରଦାନ କରିବା ପାଇଁ ଆବ ଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହା ହେବା ପରେ ବୌଦ୍ଧ କୁ ଏକ ମୋଡେଲ ଟାଉନ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମହାପାତ୍ର ପ୍ରକାଶ କରିଥିଲେ । ଏହାବ୍ୟତୀତ ଯାଗା ମିଶନ କାର୍ଯ୍ୟକ୍ରମର ସମୀକ୍ଷା,ଜବରଦଖଲ ଉଛେଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତ୍ୱରାନ୍ୱିତ କରାଯିବା ନେଇ ବୈଠକରେ ଆଲୋଚନା କରାଯିବା ସହିତ ବିଭିନ୍ନ ଯୋଜନାରେ ପଡି ରହିଥିବା ଅନୁଦାନକୁ ବିନିଯୋଗ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଦିବାସୀ ଛାତ୍ରାବାସ ଗୁଡିକରେ ପାନୀୟଜଳ, ଖାଦ୍ୟର ମାନ,ପରିଷ୍କାର ପରିଛନ୍ନତା,ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିବା ସହିତ ନିୟମିତ ଭାବରେ ଏହାର ପରିଦର୍ଶନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ସରକାର ନିଶା କାରବାର ବନ୍ଦ କରିବାକୁ ପ୍ରାଥମିକତା ଦେଇଥିବା ବେଳେ ଜିଲାରେ ବେଆଇନ ମଦ କାରବାର ସଂପୁର୍ଣ୍ଣ ବନ୍ଦ କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ବୌଦ୍ଧ ସହରର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ପଠାଇବା ସହ ସମସ୍ତ ହିତାଧିକାରୀ ଙ୍କ ଘରେ ଘରେ ପ୍ରଶାସନ ପହଂଚି ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା, ସମସ୍ତ ଯୋଜନା ଯେପରି ଲୋକଙ୍କ ପାଖରେ ପହଂଚିବ, ପାଇଲଟ ପ୍ରୋଜେକ୍ଟ \” ସହଯୋଗ \” ରେ ଏନ. ଏ. ସି. କୁ ସାମିଲ କରିବା, ସମସ୍ତ ବିଭାଗ ର କାମକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଉନ୍ନୟନ କାର‌୍ୟ୍ୟ ପାଇଁ ଅର୍ଥ ପ୍ରତିବନ୍ଧକ ରହିବ ନାହିଁ ବୋଲି ମନ୍ତ୍ରୀ ଡ. ମହାପାତ୍ର ପ୍ରକାଶ କରିଥିଲେ ।
ଏଥିସହ କୌଣସି ନିର୍ମାଣ ସଂସ୍ଥା ଠିକ ହିସାବ ରେ କାମ ନ କଲେ କଳା ତାଲିକା ଭୁକ୍ତ କରାଯିବା କୁ ନିର୍ଦେଶ ଦେଇଥିଲେ । ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ବିକାଶ ମେଳା ରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରିବା ସହ ବିକାଶ ବାହାନ ପ୍ରତି ଗ୍ରାମ ପଂଚାୟତ ପଏଣ୍ଟ ରେ ପହଂଚି ଲୋକଙ୍କୁ ସଫଳତା ର ବାର୍ତ୍ତା ଦେବାପାଇଁ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ ମାନ୍ୟବର ମନ୍ତ୍ରୀ ।
ଏହି ସମୀକ୍ଷା ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଏନଏସି ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଉପ -ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରବୀଣ କୁମାର ବକ୍ଷଣୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆସନ୍ତାକାଲି ସକାଳୁ ମନ୍ତ୍ରୀ ମହୋଦୟ ଙ୍କ କ୍ଷେତ୍ର ପରିଦର୍ଶନ, ବିକାଶ ବାହାନ ର ଶୁଭାରମ୍ଭ, ଟାଉନ ହଲ ଏବଂ କଚେରୀ ପଡିଆ ଠାରେ ବିକାଶ ମେଳା ଉପଲକ୍ଷେ ହେବାକୁ ଥିବା କାର‌୍ୟ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930