Indus Valley Times

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

 Breaking News

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ପୂର୍ବତନ ପିଇଓ ଗିରଫ
June 19
11:56 2025

ଫୁଲବାଣୀ,୧୯/୬ : ସରକାରୀ ଅର୍ଥ ଆତ୍ମସାତ କରିବା ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅଧିନସ୍ଥ ସରମୂଳୀ ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ବିଭାଗ ଗିରଫ କରିଛି । ସେ ୫୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ଅକ୍ଟୋବର ୩୧, ୨୦୨୩ ରୁ ନଭେମ୍ବର ୧୮, ୨୦୨୪ ମଧ୍ୟରେ ଅକ୍ରୁର ମାଝୀ ସରମୂଳୀ ଗ୍ରାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବାବେଳେ ପଞ୍ଚାୟତ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିଲା ।
ପିଇଓ କାମ ହୋଇଯାଇଥିବା ନେଇ କ୍ୟାସ ବୁକରେ ଦର୍ଶାଇ ୫୩, ୩୮, ୮୦୯ ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିଲେ । କିନ୍ତୁ ପରେ ଜଣାପଡ଼ିଥିଲା କୌଣସି ଉନ୍ନତିମୂଳକ କାର‌୍ୟ୍ୟ ହୋଇନାହିଁ । ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଗିରଫ କରିଛି ।
ଅକ୍ରୁର ମାଝୀଙ୍କୁ ଫୁଲବାଣୀସ୍ଥି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବାର ରହିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31