Indus Valley Times

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ

 Breaking News

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ, ଏକାସାଙ୍ଗେ ୮ଟି ସ୍ଥାନରେ ଚାଲିଛି ଚଢାଉ
June 30
12:25 2025

ଭୁବନେଶ୍ୱର, ୩୦/୬: ଯିଏ ଦୁର୍ନୀତି କରିବ ସିଏ ଜେଲ ଯିବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି ।
ଏହି କ୍ରମରେ ଆଜି ପୁଣି ଜଣେ ସରକାରୀ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ସେ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଏକାଠି କରିବା ଅଭିଯୋଗରେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କର ୮ ଟି ଠିକଣାରେ ଏକକାଳୀନ ସୋମବାର ସକାଳୁ ଚଢ଼ଉ କରାଯାଉଛି । ଭୁବନେଶ୍ୱର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଯାଞ୍ଚ କରାଯାଉଛି ।
କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପଗାଁ ଗ୍ରାମରେ ଥିବା ପୈତୃକ ବାସଭବନ ଓ ଧର୍ମଗଡ଼ ଥାନା ବିକ୍ରମଗୁଡ଼ା ଗ୍ରାମରେ ଥିବା ଶ୍ୱଶୁର ଘର, ରାଜଧାନୀ ଭୁବନେଶ୍ୱରର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ଘର ଓ କାର୍ଯ୍ୟାଳୟ ଏବଂ ନବରଙ୍ଗପୁର ଜିଲ୍ଲାର ମଝିଗୁଡ଼ା ଛକ ନିକଟସ୍ଥ ପଦଲଗୁଡ଼ାରେ ଥିବା ଏକ କୋଠା ଓ ଛୁଟିଆଗୁଡ଼ାରେ ସ୍ତ୍ରୀଙ୍କ ନାମରେ ଥିବା ୨ଟି ଘରେ ଚଢ଼ଉ ଜାରି ରହିଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୮ ଇନସ୍ପେକ୍ଟର୍, ୧୦ ଆସିଷ୍ଟାଣ୍ଟ ଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବ ମାସରେ ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏଠାର ଉଲ୍ଲେଖ ଯୋଗ୍ୟ, ଗତ ମେ ୨ରେ ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହଡ଼ପ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ରାୟଗଡ଼ା ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରକଳ୍ପ କାର‌୍ୟ୍ୟାନ୍ୱୟନ ସଂସ୍ଥାର ରାଜେନ୍ଦ୍ର ନାଥ ନାଏକ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ଖୋସଲା ଓ ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକ । ସମସ୍ତ କର୍ମଚାରୀ ଏନଆରଇଜିଏସ୍ ଅଧୀନରେ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୨୩ଟି କୃଷି ପୋଖରୀ ଖନନ ନ କରି ୨୦ ଲକ୍ଷରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031