Indus Valley Times

ଡ୍ରାଇଭର ମହାସଂଘ ଓ ସରକାରଙ୍କ ଆଲୋଚନାରୁ ବାହାରିଲାନି ନିଷ୍କର୍ସ, ଜାରି ରହିବ ଷ୍ଟିଅରିଂ ଛାଡ ଆନ୍ଦୋଳନ

 Breaking News

ଡ୍ରାଇଭର ମହାସଂଘ ଓ ସରକାରଙ୍କ ଆଲୋଚନାରୁ ବାହାରିଲାନି ନିଷ୍କର୍ସ, ଜାରି ରହିବ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଡ୍ରାଇଭର ମହାସଂଘ ଓ ସରକାରଙ୍କ ଆଲୋଚନାରୁ ବାହାରିଲାନି ନିଷ୍କର୍ସ, ଜାରି ରହିବ ଷ୍ଟିଅରିଂ ଛାଡ ଆନ୍ଦୋଳନ
July 09
11:04 2025

ଭୁବନେଶ୍ୱର, ୯/୭ : ଆଜି ବି ଜାରି ରହିଛି ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ତେବେ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ସଂଘର ଆନ୍ଦୋଳନ। ୫ ଲକ୍ଷରୁ ଉର୍ଦ୍ଧ ଡ୍ରାଇଭର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସକାଳୁ ସକାଳୁ ଡ୍ରାଇଭର ମାନେ ରାଜରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ସେମାନଙ୍କ ଦାବି ଏହା ରହିଛି ଯେ, ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା,ଓଡ଼ିଶାର ଖଣି ଖାଦାନରେ ଓଡ଼ିଶାର ୭୦ ପ୍ରତିଶତ ଚାଳକଙ୍କୁ କାମ କରିବାକୁ ସୁଯୋଗ ମିଳୁ। ଏହି ପରି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରିବେ ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭରମାନେ। ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ତେବେ ମଙ୍ଗଳବାର ସନ୍ଧ୍ୟା ସମୟରେ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ ଘଣ୍ଟା ଆଲୋଚନା ହୋଇଥିଲା। ଏହାପରେ ବି ବାହାରିପାରିଲାନି କୌଣସି ନିଷ୍କର୍ଷ। ଡ୍ରାଇଭର ସଙ୍ଘର ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ।
ସେମାନଙ୍କ ଦାବି ପୂରଣ ଦିଗରେ କାଯ;୍ୟର‌୍ୟ୍ୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଭିନ୍ନ ଶିଳ୍ପରେ ଡ୍ରାଇଭରଙ୍କୁ ନିଯୁକ୍ତି ଏବଂ ରାଜ୍ୟ ରାଜପଥରେ ସେମାନଙ୍କ ପାଇଁ ରେଷ୍ଟ ରୁମ ଆଦି ନିର୍ମାଣ କରିବା ଦିଗରେ ଆଲୋଚନା ହୋଇଛି। ତେବେ ଡ୍ରାଇଭର ମହାସଂଘ ସଭାପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଡ୍ରାଇଭର ମହାସଂଘ କହିଥିଲା। ହେଲେ ଆଜି ସଜାଳୁ ପୁଣି ସେମାନେ ତାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31