Indus Valley Times

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ତଥା ମୁଖ୍ୟ ସଚେତକ

 Breaking News

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ତଥା ମୁଖ୍ୟ ସଚେତକ

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ତଥା ମୁଖ୍ୟ ସଚେତକ
July 16
21:55 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୭: ଵୁଧବାର ରାତି ୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ କୃତ୍ରିମ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିପ୍ସା ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଓ ଜ଼ିଲ୍ଲା ମତ୍ସ୍ୟ ବିଭାଗ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ପରେ ଫାର୍ମ ରେ ପହଞ୍ଚି ନିଜେ ମଧ୍ୟ ମାଛ ମାନଂକ ଟିକା କରଣ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ କାରପିଲିସ୍ (ବିଲାତି ରୋହି),ରୋହି, ମିରକାଳୀ ଓ ଭାକୁଡ ମାଛକୁ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ବୈଷୟିକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31