Indus Valley Times

ବାଲେଶ୍ୱର ଘଟଣା ପରେ ସରକାର ଆକ୍ସନରେ, ଛାତ୍ରୀ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ

 Breaking News

ବାଲେଶ୍ୱର ଘଟଣା ପରେ ସରକାର ଆକ୍ସନରେ, ଛାତ୍ରୀ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ

ବାଲେଶ୍ୱର ଘଟଣା ପରେ ସରକାର ଆକ୍ସନରେ, ଛାତ୍ରୀ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
July 17
17:09 2025

ସମ୍ୱଲପୁର, ୧୭/୭ : ପୁଣି ଜଣେ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନଥିବା ବେଳ ଏବେ ଆଉ ଗୋଟିଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ୨୦ ବର୍ଷିୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଗୋଟିଏ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି ।
ତେବେ ଏହି ଘଟଣାରେ ଜିଏମ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ନିର୍ଯ୍ୟାତନା ଦେଇଥିବା ନେଇ ପୀଢିତା ଛାତ୍ରୀ ଜଣକ ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମହିଳା ଥାନା ପୋଲିସ ପକ୍ଷରୁ ଆଜି ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜିଏମୟୁ କତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗିରଫ ହୋଇଥିବା ଅଧ୍ୟାପକ ଜଣକ ହେଲେ ଜିଏମ ବିଶ୍ଵବିଦ୍ୟାଳୟର ଶିକ୍ଷାବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା ।
ସୂଚନା ଅନୁଯାୟୀ,ଅଭିଯୁକ୍ତ ଅଧ୍ୟାପକ ଜଣକ ନିଜ କ୍ୱାର୍ଟର ଠାରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ। ଏନେଇ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31