Indus Valley Times

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ, ମିଳିଲାଣି ଲକ୍ଷାଧିକ ଟଙ୍କା ସହ ଶତାଧିକ ପ୍ଲଟ୍

 Breaking News

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ, ମିଳିଲାଣି ଲକ୍ଷାଧିକ ଟଙ୍କା ସହ ଶତାଧିକ ପ୍ଲଟ୍

July 22
12:26 2025

କେନ୍ଦୁଝର, ୨୨/୭ : କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ତିନି ଦିନ ଧରି ଭିଜିଲାନ୍ସ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଡିଏଫ୍‌ଓଙ୍କର ମାଳମାଳ ପ୍ଲଟ୍ ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଜୁବ ହୋଇଥିଲେ। ଡିଏଫ୍‌ଓ ଶ୍ରୀ ନାୟକଙ୍କ ପୁଅର କାର୍ଯ୍ୟାଳୟ, ଶ୍ବଶୁରଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା। ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମୋଟ ୧୧୫ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।
ଶ୍ରୀ ନାୟକଙ୍କର ଅନୁଗୁଳରେ ଏକ ବହୁତଳ କୋଠା, ଅନୁଗୁଳଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ପାଟଣାର ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁର ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳାତାଡ଼ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ଶ୍ରୀ ନାୟକଙ୍କ ନାମରେ ୫୩ଟି ପ୍ଲଟ୍‌, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍‌, ଦୁଇପୁଅଙ୍କ ନାମରେ ୧୬ଟି ପ୍ଲଟ୍‌, ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହାଛଡ଼ା ଦୁଇଟି କାର୍‌, ୪ଟି ବାଇକ୍‌, ସୁନା ଗହଣା ଓ ୧.୧୯ଲକ୍ଷ ଟଙ୍କା ଜବତ ହୋଇଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ଶ୍ରୀ ନାୟକଙ୍କ ବିରୋଧରେ ଅଭିଯୋଗ ଥିଲା।
କେନ୍ଦୁଝର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କଠାରୁ ସର୍ଚ୍ଚ ୱାରେଣ୍ଟ ପାଇବା ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ତିନିଜଣ ଡିଏସ୍‌ପିଙ୍କ ସମେତ ୧୦ଜଣ ଇନ୍‌ସ୍ପେକ୍ଟର, ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ଭିଜିଲାନ୍ସର ଏକାଧିକ ଟିମ୍ କେନ୍ଦୁଝରସ୍ଥିତ କାର‌୍ୟ୍ୟାଳୟ, ବାସଭବନ,ନୟାଗଡ଼ଓଅନୁଗୁଳଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ କରିଥିଲା।
ଶ୍ରୀ ନାୟକଙ୍କର ଅନୁଗୁଳରେ ଏକ ବହୁତଳ କୋଠା, ଅନୁଗୁଳଜିଲ୍ଲାବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ପାଟଣାର ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁର ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳାତାଡ଼ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଡିଏଫ୍‌ଓ ଶ୍ରୀ ନାୟକଙ୍କ ନାମରେ ୫୩ଟି ପ୍ଲଟ୍‌, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍‌, ଦୁଇପୁଅଙ୍କ ନାମରେ ୧୬ଟି ପ୍ଲଟ୍‌, ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହାଛଡ଼ା ଦୁଇଟି କାର୍‌, ୪ଟି ବାଇକ୍‌, ସୁନା ଗହଣା ଓ ୧.୧୯ଲକ୍ଷ ଟଙ୍କା ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930