Indus Valley Times

କର୍ପୋରେଟର ଅମରେଶ ଜେନା ଗିରଫ, ନିଲମ୍ବନ କଲା ବିଜେଡି

 Breaking News

କର୍ପୋରେଟର ଅମରେଶ ଜେନା ଗିରଫ, ନିଲମ୍ବନ କଲା ବିଜେଡି

July 27
17:49 2025

ଭୁବନେଶ୍ୱର, ୨୭/୭: ଶେଷରେ ବିଜୁ ଜନତା ଦଳ(ବିଜେଡି)ର କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ୱର ନୀଳଗିରିରୁ କମିଶନରେଟ୍ ପୋଲିସ ରବିବାର ଗିରଫ କରିଛି । ଗିରଫ ପରେ ଅମରେଶ ଜେନାଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଦଳର ସଭ ।ପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ନେଇ ନୋଟିସ୍ ବି ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ଯୁବତୀଙ୍କ ଅଭିଯୋଗ ଆଧାରରେ ଅମରେଶ ଜେନା ଗିରଫ ହୋଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକସ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ ଯୁବତୀ ।
ଗତକାଲି ଅମରେଶଙ୍କ ୫ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ଭ୍ରୁଣ ହତ୍ୟା ପାଇଁ ବାଧ୍ୟ କରିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ।
ଅଭିଯୋଗକୁ ଭିତ୍ତି କରି କମିଶନେଟ୍ ପୋଲିସ ଅମରେଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । କିନ୍ତୁ ଅମରେଶ ଜେନା ଫେରାର ହୋଇ ଯାଇଥିଲେ । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରି ସେ କାହା ସହ କଥା ହୋଇଥିଲେ ତାହା ଜାଣିବାକୁ ପାଇଥିଲା । ପୋଲିସ ଅମରେଶଙ୍କ ପାଞ୍ଚ ସହଯୋଗୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରିଥଲା ଏବେଂ କୋର୍ଟ ଚାଲାଣ କରିଥିଲା ।
ଗିରଫ ଅଭିଯୁକ୍ତମାନେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31