Indus Valley Times

ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ

 Breaking News

ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ

ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ
July 28
17:29 2025

ଭୁବନେଶ୍ୱର, ୨୮/୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀମାନେ ଗେରୁଆ ରଙ୍ଗର ଆଇକାର୍ଡ ପକାଇ ସ୍କୁଲ ଆସିବେ ।
ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏଣିକି ଗେରୁଆ ରଙ୍ଗର ଆଇ- କାର୍ଡ ପକେଇ ସ୍କୁଲ ଯିବେ । ଯେଉଁଥିରେ ତାଙ୍କ ନାଁ ସହିତ , ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଆଉ ଫୋନ୍ ନମ୍ବର ରହିବ । ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଏଥିପାଇଁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।
କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଇସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ହେଲେ ଏଥର ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930