Indus Valley Times

ପୁଣି ଜଗନ୍ନାଥଙ୍କୁ ଅପମାନ, ପାପୋଛରେ ଜଗନ୍ନାଥଙ୍କ ଛବି

 Breaking News

ପୁଣି ଜଗନ୍ନାଥଙ୍କୁ ଅପମାନ, ପାପୋଛରେ ଜଗନ୍ନାଥଙ୍କ ଛବି

ପୁଣି ଜଗନ୍ନାଥଙ୍କୁ ଅପମାନ, ପାପୋଛରେ ଜଗନ୍ନାଥଙ୍କ ଛବି
July 29
12:18 2025

ପୁରୀ,୨୮/ ୭ : ଚାଇନିଜ୍ ଇ-କମର୍ସ ପ୍ଲାଟଫର୍ମ ‘ଅଲି ଏକ୍ସପ୍ରେସ’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଗୋଡ଼ ପୋଛା ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏହି ଅପମାନଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଓ ଭକ୍ତମାନେ ତୀବ୍ର ପ୍ରତିବାଦ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀମାନେ କହିଛନ୍ତି, “ମହାପ୍ରଭୁଙ୍କ ଛବିକୁ ଗୋଡ଼ ପୋଛାରେ ବ୍ୟବହାର କରି ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ କରାଯାଇଛି।” ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।
ଏହା ପୂର୍ବରୁ ମଧ୍ୟ ଅନୁରୂପ ଘଟଣାରେ ହିନ୍ଦୁ ଦେବଦେବୀଙ୍କ ଛବି ଅନୁଚିତ ଭାବେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଏକ୍ସରେ ଅନେକ ପୋଷ୍ଟରେ ଏହାକୁ “ଧାର୍ମିକ ଅସମ୍ମାନ” ଓ “ହିନ୍ଦୁ ବିରୋଧୀ କାର୍ଯ୍ୟ” ବୋଲି ବର୍ଣ୍ଣନା କରାଯାଇଛି। ଜଗନ୍ନାଥପ୍ରେମୀ ଓ ଧାର୍ମିକ ସଂଗଠନମାନେ ଅଲି ଏକ୍ସପ୍ରେସ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଭକ୍ତମାନେ ଏହାକୁ ଗମ୍ଭୀର ଧାର୍ମିକ ଅପମାନ ବୋଲି ବିବେଚନା କରି ଏହାର ତୁରନ୍ତ ନିରାକରଣ ପାଇଁ ଦାବି ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930