Indus Valley Times

ମାଉଲସିଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ବୌଦ୍ଧ ଜ଼ିଲ୍ଲା ନୋଡାଲ ଅଫିସର

 Breaking News

ମାଉଲସିଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ବୌଦ୍ଧ ଜ଼ିଲ୍ଲା ନୋଡାଲ ଅଫିସର

ମାଉଲସିଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ବୌଦ୍ଧ ଜ଼ିଲ୍ଲା ନୋଡାଲ ଅଫିସର
July 30
19:52 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୭: (ମଙ୍ଗଳବାର) ଦିନ ସକାଳ ୧୦ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୌଦ୍ଧ ସହର ସଂଲଗ୍ନ ମାଉଲସିଙ୍ଗା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ।
ବୌଦ୍ଧ ଜିଲ୍ଲାର ଉନ୍ନୟନ କାର‌୍ୟ୍ୟ ଦେଖିବା ପାଇଁ ରାଜ୍ୟ ସରକାରଂକ ପକ୍ଷରୁ ଶ୍ରୀ ଉପାଧ୍ୟାୟଙ୍କୁ ଜିଲ୍ଲାର ନୋଡାଲ ଅଫିସର୍ ଭାବେ ନିଯୁକ୍ତ କାରାଯାଇଛି ।
ଶ୍ରୀ ଉପାଧ୍ୟାୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ମାଆ ତଥା ଶିଶୁଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଅଙ୍ଗନବାଡି ପିଲାଙ୍କୁ ଦିଆ ଯାଉଥିବା ଖାଦ୍ୟ ର ମାନ, ରୋଷଇଘର ର ସ୍ୱଛତା, ପାଠପଢା, ଶିଶୁ ମାନଙ୍କ ମାଆ ମାନଙ୍କୁ ସୁଭଦ୍ରା ଯୋଜନା ର କିସ୍ତି ପ୍ରଦାନ ଏବଂ ସେମାନଙ୍କ ଜୀଵନ, ଜୀବିକା ବିଷୟରେ ଅଙ୍ଗନବାଡି କର୍ମୀ, ମାଆ ଏବଂ ଶିଶୁ ମାନଙ୍କୁ ପଚାରି ବୁଝିଥିଲେ ।
ଏଥି ସହିତ ମାଆ ଓ ଶିଶୁ ମାନଙ୍କ ସହ ବାର୍ତ୍ତାଳାପ କରି ଶିଶୁ ଙ୍କ ସହ କିଛି ସମୟ ବିତାଇ ଥିଲେ ।
ଏହି ପରିଦର୍ଶନ ସମୟ ରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକ ଲତା ନାୟକ, ଅତିରିକ୍ତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁପଭାଇଜର ସୁନିତା ଦାଶ ତଥା ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31