Indus Valley Times

ବାଲ୍ୟ ବିବାହ ନିଷେଧ ଅଧିକାରୀ ଙ୍କ ଦାୟିତ୍ୱ ଏବଂ ଭୂମିକା ଉପରେ ଏକଦିବସୀୟ କର୍ମଶାଳା

 Breaking News

ବାଲ୍ୟ ବିବାହ ନିଷେଧ ଅଧିକାରୀ ଙ୍କ ଦାୟିତ୍ୱ ଏବଂ ଭୂମିକା ଉପରେ ଏକଦିବସୀୟ କର୍ମଶାଳା

ବାଲ୍ୟ ବିବାହ ନିଷେଧ ଅଧିକାରୀ ଙ୍କ ଦାୟିତ୍ୱ ଏବଂ ଭୂମିକା ଉପରେ ଏକଦିବସୀୟ କର୍ମଶାଳା
August 01
20:58 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୮ : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ର ସଦଭାବନା ସଭା ଗୃହ ଠାରେ ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ବିଭାଗ ବିଭାଗ ମଧ୍ୟ ରେ ଉତ୍ତମ ସମନ୍ୱୟ ରକ୍ଷାକରି ସମସ୍ତ ଦାୟିତ୍ବ ସମ୍ପନ୍ନ ଅଧିକାରୀ ନିଜ ନିଜର ଦାୟିତ୍ବ କୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମତବ୍ୟକ୍ତ କରିଥିଲ ଏବଂ ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ନିର୍ବାହି ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗଦେଇ ବାଲ୍ୟ ବିବାହ ଆଇନ ର ସଠିକ୍ କାର୍ଯ୍ୟକାରିତା ଏବଂ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗଦେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନେ ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ତଥା ବିଭିନ୍ନ ବର୍ଗ ର ଲୋକଙ୍କୁ ସାମିଲ କରିବା ଉପରେ ମତପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ସାହୁ ଯୋଗଦେଇଥିଲେ। ତାଲିମ୍ ଦାତା ଭାବରେ ଟଘଓଉଋୠ, ଓଡ଼ିଶାର ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀଯୁକ୍ତ ଘାସିରାମ ପଣ୍ଡା ଯୋଗଦେଇ ବାଲ୍ୟବିବାହ ଆଇନ ରେ ଥିବା ବ୍ୟବସ୍ଥା ଏବଂ ବାଲ୍ୟବିବାହ ନିଷେଧ ଅଧିକାରୀ ମାନଙ୍କର ଦାୟିତ୍ଵ ଓ ଭୂମିକା ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କ୍ଷେତ୍ର ପରିଦର୍ଶିକା, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସମସ୍ତ ସଦସ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର କିଶାନ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ହବ ସେଣ୍ଟର ସମସ୍ତ କର୍ମଚାରୀ, ଚାଇଲ୍ଡ ଲାଇନ ର କର୍ମଚାରୀ, ଆବାସିକ ବିଦ୍ୟାଳୟ ର ୱାଡେନ ମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ ଏବଂ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ବିଭାଗ ର ଯୋଜନା ଉପରେ ସୂଚନା ଦେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସମରସେନ ସିଂ, ରାଜେନ୍ଦ୍ର ମଲ୍ଲିକ, ବସନ୍ତ କୁମାର ଦିସିରି, ସହଦେବ ନାୟକ, ଚିତ୍ରସେନ ସାହୁ, ଶ୍ରବଣ କୁମାର ସାହୁ, ସୌମ୍ୟ ରଞ୍ଜନ ଜେନା, ରଞ୍ଜିତ ସାହୁ ଏବଂ ସତ୍ୟନାରାୟଣ ନାଏକ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930