Indus Valley Times

ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ରେଳ କର୍ମଚାରୀଙ୍କ ମୃତ୍ୟୁ, ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ରେଳ କର୍ମଚାରୀଙ୍କ ମୃତ୍ୟୁ, ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ରେଳ କର୍ମଚାରୀଙ୍କ ମୃତ୍ୟୁ, ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
August 03
17:35 2025

ଭୁବନେଶ୍ୱର, ୩/୮ : ଆଇଇଡି ବିସ୍ଫୋରଣରେ ରେଲୱେ କର୍ମଚାରୀ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା। ସିଏମଆରଏଫରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କାର‌୍ୟ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାର ପାଇଁ ସହାୟତା ଘୋଷଣା। ଦୁଃଖ ପ୍ରକାଶ ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ସହିଦ ସପ୍ତାହ ଚାଲିଥିବା ବେଳେ ଆଜି ରେଳଧାରଣାକୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ାଇଥିଲେ ମାଓବାଦୀ। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ଜଣେ ରେଲୱେ କର୍ମଚାରୀ ଗୁରୁତର ଆହତ ହୋଇ ରାଉରକେଲା ସ୍ଥାନାନ୍ତର ହୋଇଥିଲେ ।
ଏହି ବିସ୍ଫୋରଣ ଯୋଗୁ ସଂପୃକ୍ତ ଟ୍ରାକରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ପୋଲିସ ସମେତ ସିଆରପିଏଫ ଟିମ୍, ଝାଡ଼ଖଣ୍ଡ ଜାଗୁଆର ପହଞ୍ଚି ତନ ତନ କରି ଯାଞ୍ଚ କରୁଛନ୍ତି।ମାଓବାଦୀମାନେ ଏପରି କାଣ୍ଡ ଘଟାଇବା ପରେ ନିକଟସ୍ଥ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ଜଣାଯାଇଛି। ଏହି ଘଟଣା ପରେ ତୁରନ୍ତ ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930