Indus Valley Times

ଟୁଟୁସିଙ୍ଗା ମହାନଦୀ ବ୍ରିଜ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ

 Breaking News

August 14
20:57 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୮ : ଗୁରୁବାର ସକାଳ ୯ ଘଣ୍ଟା ସମୟରେ ବୌଦ୍ଧ ସହର ଟୁଟୁସିଙ୍ଗା ମହାନଦୀ ବ୍ରିଜ ଛକ ନିକଟରୁ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡ଼ିଓ ଯୁଦ୍ଧିଷ୍ଠିର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍ ସିଂ, ଅଧ୍ୟାପକ ପ୍ରବୀର କୁମାର ଦାସ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।
ବାଇକ ଶୋଭାଯାତ୍ରା ପୁରୁଣା ବ୍ଲକ ଛକ, ମେଡିକାଲ୍ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଜିଲ୍ଲାପାଳଙ୍କ ସହିତ ସମସ୍ତ ଅଧିକାରୀ ଓ ଅନ୍ୟମାନେ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930