Indus Valley Times

୭୯ ତମ ଜ଼ିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ

 Breaking News

୭୯ ତମ ଜ଼ିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ

୭୯ ତମ ଜ଼ିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ
August 16
22:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୮ : ଜ଼ିଲ୍ଲା ଷ୍ଟାଡିୟମ ପଡିଆଠାରେ ୭୯ ତମ ଜ଼ିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।
ଏଥିସହ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସମସ୍ତେ ଆଜିର ଦିନରେ ମନେପକାଇ ବୌଦ୍ଧର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ପ୍ୟାରେଡରେ ସର୍ବମୋଟ ୩୭ ଟି ଦଳ ଅଂଶଗ୍ରହଣ କରିଥିଲେ । ଜୁନିଅର ସିଭିଲିଆନରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା – ପ୍ରଥମ, ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର – ଦ୍ୱିତୀୟ, ସିନିଅର ସିଭିଲିଆନରେ ସେଣ୍ଟ୍ ଜାଭିଅର୍ସ ପବ୍ଲିକ ସ୍କୁଲ – ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ – ଦ୍ୱିତୀୟ, ନନ ସିଭିଲିଆନରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନ ସି ସି – ପ୍ରଥମ, ପି. ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ – ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ସେହିପରି ଶାରୀରିକ କ୍ରୀଡାରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ଼ ବିଦ୍ୟାଳୟ, ସରସରା – ପ୍ରଥମ, ସେଣ୍ଟ୍ ଜାଭିଅର୍ସ ପବ୍ଲିକ ସ୍କୁଲ – ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଗୌରୀ ଶଙ୍କର ପବ୍ଲିକ ସ୍କୁଲ – ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଅବସରରେ ସେଣ୍ଟ୍ ଜୋନ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ୟାରେଡକୁ କୁଳମଣି ଗିରି, ରିଜର୍ଭ ଇନ୍ସପେକ୍ଟର ପରିଚାଳନା କରିଥିବା ବେଳେ ସରଜେଣ୍ଟ ଖଗେଶ୍ୱର ବିଶ୍ୱାଳ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର କ୍ୟାଡେଟ ସୁବ୍ରତ କୁମାର ଜେନା ଏବଂ ବଣ୍ଟି ମିର୍ଦ୍ଧା ଅନୁଷ୍ଠାନିକ ପ୍ୟାରେଡରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ପ୍ୟାରେଡ ତଥା ପି ଇ ଟି ଡିସପ୍ଲେ ରେ ସହକାରୀ କମାଣ୍ଡେଣ୍ଟ ନଗେଶ ଜେନା, ଇନ୍ସପେକ୍ଟର (ଆର୍ମ ) ସତ୍ୟ ନାରାୟଣ ବିନ୍ଧାଣି ଏବଂ ଏହି ଅବସରରେ ସିଦ୍ଧି ପ୍ରିୟଦର୍ଶିନୀ ମହାରଣା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣାକଟକ, ଶାଶ୍ୱତ ଶେଖର ଶତପଥି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧ ଏବଂ ସ୍ୱୟଂ ସୂର୍ଯ୍ୟମ ଶାସିନୀ ମେଟ୍ରିକ ପରୀକ୍ଷାରେ ୫୬୦ ମାର୍କ ସହିତ ଏ୧ ଗ୍ରେଡ଼ ହାସଲ କରିଥିବାରୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗାର ଅଲିଶା ମହାକୁଳ କବିତା ଆବୃତ୍ତିି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ ହୋଇଥିବାରୁ, ଗାଈଗୋଠ ପଡିଆର ପ୍ରତୀକ ଦାଶ ସଫଳ କ୍ରୀଡ଼ାବିତ ଭାବରେ ପୁରସ୍କୃତ ହୋଇଥିଲେ ।
କୌତୁକ ବେଶ ପୋଷାକରେ ଆଇ ସ୍କୁଲର ସାନଭିକା ମହାପାତ୍ର – ପ୍ରଥମ, ଯୋଗୀନ୍ଦ୍ର ଦେବ ଉଚ୍ଚ଼ ବିଦ୍ୟାଳୟ ର ଆଦିତ୍ୟ ମିଶ୍ର, ଗୌରୀଶଙ୍କର ପବ୍ଲିକ ସ୍କୁଲର ସ୍ୱରାନ୍ସ ପଣ୍ଡା- ଦ୍ୱିତୀୟ ଏବଂ ବ୍ରାଇଟ ମାଇଣ୍ଡ ଡାଇମନସନ ପବ୍ଲିକ ସ୍କୁଲର ପ୍ରତିଷ୍ଠା ମହାରଣା, ସେଣ୍ଟ୍ ଜାଭିଅର୍ସ ପବ୍ଲିକ ସ୍କୁଲର ଆୟାଂଶ ଗର୍ଗ, ବ୍ରାଇଟ ମାଇଣ୍ଡ ଡାଇମନସନ ପବ୍ଲିକ ସ୍କୁଲର ଶ୍ରେୟା ସୁହାନି ମଲ୍ଲିକ, ଆଦ୍ୟା ଆରୁଷି, ଆଇ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ସମ୍ବର୍ଦ୍ଧିତ ହୋଇଥିଲେ ।
ଏହି ଅବସରରେ ପ୍ରାତଃ ୪.୩୦ରେ ରାମଧୁନ, ୬ ଟାରେ ପ୍ରଭାତ ଫେରି, ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଦିବା ୧୧ ଘଟିକା ସମୟରେ ରକ୍ତଦାତା ପ୍ରବର୍ତ୍ତକ ସଂଘର ସହଯୋଗରେ ରକ୍ତଭଣ୍ଡାର ଠାରେ ରକ୍ତଦାନ, ପରେ ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ପରେ ପରେ ସମାଜସେବୀ ଓମ ପ୍ରକାଶ ଅଗ୍ରୱାଲଙ୍କ ସହଯୋଗରେ କୁଷ୍ଠାଶ୍ରମରେ ଫଳ, ଶାଢୀ, ଲୁଗାପଟା, ଛତା, ବାସନ, ମିଷ୍ଟାନ୍ନ ଆଦି ବଣ୍ଟନ କରାଯାଇଥିଲା ।
ପରେ ପରେ ଟାଉନହଲ ଠାରେ ସାହିତ୍ୟିକ ଏବଂ କବି ମାନଙ୍କର ସ୍ୱ ରଚିତ ଦେଶାତ୍ମବୋଧକ କବିତା ପାଠ ସାହିତ୍ୟିକ ନୀଳଲୋହିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜ଼ିଲ୍ଲା ଷ୍ଟାଡିୟମ ପଡିଆରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଏବଂ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଯୋଗଦେଇ ବୃକ୍ଷ ରୋପଣ ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହାପରେ ସହକାରୀ ଶିକ୍ଷକ ନବ କିଶୋର ଦୀପଙ୍କ ସଂଯୋଜନାରେ ମୁକ୍ତ କୁଇଜ ପ୍ରତିଯୋଗିତା ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା ।
ଆର୍ଯ୍ୟନ ଏକାଡେମୀ, କୁମୁର ସିଂଘା, ଗୋରୀଶଙ୍କର ପବ୍ଲିକ ସ୍କୁଲ, ବାବା ବୈଦ୍ୟନାଥ ନୋଡାଲ ହାଇସ୍କୁଲ, ସରସରା, ମହିଳା ମହାବିଦ୍ୟାଳୟ, ବୌଦ୍ଧ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବଲାସିଙ୍ଗା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯୋଗୀନ୍ଦ୍ର ଦେବ ଉଚ୍ଚ଼ ବିଦ୍ୟାଳୟ, ବ୍ରାଇଟ ମାଇଣ୍ଡ ଡାଇମନସନ ସ୍କୁଲ, ଭାରତୀ ଏକାଡେମୀ, ଚନ୍ଦ୍ରଚୂଡ଼ ଉ ପ୍ରା ବିଦ୍ୟାଳୟ, ସେଣ୍ଟ୍‌ଜୋନ,ଶ୍ରେୟା ସୁହାନି, ଦିବ୍ୟାନ୍ସୀ ବାରିକ, ବଦ୍ରୀନାଥ ସାହୁ, କ୍ଷୀରାନସି ଭଞ୍ଜ ଦେଶାତ୍ମବୋଧକ ସଂଗୀତରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲେ ।
ଚଳିତ ବର୍ଷ ରାମେଶ୍ୱର ଲାଲ ମେଧାବୃତ୍ତି ପାଇଁ କରଡ଼ି ନିବାସୀ ମାତାଦିନ ଅଗ୍ରୱାଲ ୩ ଜଣ ମେଟ୍ରିକ ଟପର ଙ୍କୁ ୧୦,୦୦୦/- ଟଙ୍କା ଲେଖାଏ ପ୍ରଦାନ କରିଥିଲେ ।
ସନ୍ଧ୍ୟା କାର୍ଯ୍ୟକ୍ରମର ଅତିଥି ଭାବେ ଅବସରପ୍ରାପ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଜ଼ିଲ୍ଲା ମତ୍ସ ଅଧିକାରୀ ଲିପସା ପଟ୍ଟନାୟକ, ସହକାରୀ ଜ଼ିଲ୍ଲାପାଳ ଶରତ ଚନ୍ଦ୍ର ମିଶ୍ର, ସହକାରୀ ଜ଼ିଲ୍ଲାପାଳ ଚାନ୍ଦିନୀ ମେହେର, ସଭାପତି, ଜ଼ିଲ୍ଲା ୟୁନିଅନ ପରିଷଦ ଚିତ୍ତରଞ୍ଜନ ଦାଶ, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଯା ପତି, ଗୋପାଳ କୃଷ୍ଣ ବେହେରା ଯୋଗ ଦେଇଥିଲେ ।
ଏହି ଅବସରରେ ସେନା ବାହିନୀର ବୀର ଯବାନ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସୁବେଦାର ଅଞ୍ଜନ କୁମାର ଯୋଷୀ, ଏୟାର ଭେଟେରାନ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ହାବିଲଦାର ଫଣୀ ହୋତାଙ୍କୁ ଦିବସର ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930