Indus Valley Times

ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ ଘଟଣା, ଦିଲ୍ଲୀରୁ ଦୁଇ ଅଭିଯୁକ୍ତ ଗିରଫ

 Breaking News

ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ ଘଟଣା, ଦିଲ୍ଲୀରୁ ଦୁଇ ଅଭିଯୁକ୍ତ ଗିରଫ

August 23
19:11 2025

ଭୁବନେଶ୍ବର, ୨୩/୮ : ବହୁଚର୍ଚ୍ଚିତ କମିସନରେଟ୍ ପୁଲିସ ଅଧୀନ ପାତ୍ରପଡ଼ାରେ ଗତ ୯ ତାରିଖ ଦିନ ହିଟ୍ ଆଣ୍ଡ ରନ୍ ଘଟଣାକୁ ଭୁବନେଶ୍ବରବାସୀ ଭୁଲିପାରିବେ ନାହିଁ। ସେଦିନ ଅପରାହ୍ଣରେ ଏକ ପରିବାର ରାସ୍ତା ଅତିକ୍ରମ ବେଳେ ଯେଉଁଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଲା, ଏହା ବହୁ ବର୍ଷ ପର‌୍ୟ୍ୟନ୍ତ ମନେ ରହିବ। ଏହି ଦୁର୍ଘଟଣା ନେଇ ଖଣ୍ଡଗିରି ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଂଜନ ରାଉତ। ଉଭୟ ଯୁବକ ଦୁର୍ଘଟଣା ପରେ ମା’-ଝିଅଙ୍କୁ ଉଦ୍ଧାର କରିବା ବଦଳରେ ଫେରାର ମାରିଥିଲେ।
ସୂଚନାଯୋଗ୍ୟ, ପବିତ୍ର ରାଖୀ ପୂର୍ଣ୍ଣିମା ଦିନ ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନିଜ ପିଲାମାନଙ୍କୁ ଧରି ଜଣେ ମହିଳା ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପର ପରଦିନ ଅର୍ଥାତ ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ।
ତେବେ ଏହି ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ବାହାର ରାଜ୍ୟକୁ ଫେରାର ହୋଇଯାଇଥିଲେ। କମିସନରେଟ ପୁଲି ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି। ପୁଲିସ କହିଛି, ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ସୋହମ ରାଜ୍ ତ୍ରିପାଠୀ କାର‌୍ୟ୍ୟରତ ଥିବା ବେଳେ ଅନ୍ୟ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ ହେଉଛି ରୋହନ ରଞ୍ଜନ ରାଉତ। ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ। ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ କମିସନରେଟ୍ ପୁଲିସ ମାଡ଼ି ବସିଥିଲା। ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି। ଏହି ଘଟଣା ନେଇ ଗତ ୧୦ ତାରିଖ ଦିନ ‌ଉତ୍ତେଜିତ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୀର୍ଘ ସମୟ ପର‌୍ୟ୍ୟନ୍ତ ରାସ୍ତାରୋକ କରିବା ଯୋଗୁଁ ଜନସାଧାରଣ ହଇରାଣ ହୋଇଥିଲେ। ଏହି ଘଟଣା ବହୁତ ସମ୍ବେଦନଶୀଳ ଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031