Indus Valley Times

ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦିନିକିଆ ଜିଲ୍ଲା ଗସ୍ତ କରି ରାଜସ୍ବ ଯୋଜନା ସମୀକ୍ଷା କଲେ

 Breaking News

ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦିନିକିଆ ଜିଲ୍ଲା ଗସ୍ତ କରି ରାଜସ୍ବ ଯୋଜନା ସମୀକ୍ଷା କଲେ

ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଦିନିକିଆ ଜିଲ୍ଲା ଗସ୍ତ କରି ରାଜସ୍ବ ଯୋଜନା ସମୀକ୍ଷା କଲେ
September 06
13:37 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୬/୯ : ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜସ୍ବ ଓ ଭୂ – ଅର୍ଜନ ସମ୍ବନ୍ଧୀୟ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ରାଜସ୍ବ କର୍ମଚାରୀ, ତହସିଲଦାର, ଉପ ନିବନ୍ଧକ ଅଧିକାରୀ ମାନେ ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନାର ବୃତ୍ତୀୟ ଧାରା ଓ ନିୟମ ଅନୁଯାୟୀ ଜନସାଧାରଣ ମାନଙ୍କର ରାଜସ୍ବ ମାମଲା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ରାଜସ୍ବ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ପାୱାର ପଏଣ୍ଟ ଉପକରଣରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ,ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ମାନ୍ୟବର ମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିଲେ ।
ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଜମି ରେକର୍ଡ ସଂଶୋଧନ, ମଡେଲ ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଆଧୁନିକ ସେବା ସହ ଭିତ୍ତିଭୂମି, କର୍ମଚାରୀ ନିଯୁକ୍ତି କାର୍ଯ୍ୟ ଆଦି ଖୁବ୍ ଶୀଘ୍ର ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ଖୋର୍ଦ୍ଧାର ରାଜସ୍ବ କାର୍ଯ୍ୟ ଅଗ୍ରଗତିରେ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । କୌଣସି ରାଜସ୍ବ ଯୋଜନାର ସାଧାରଣ ଲୋକ ସେବା ପାଇବାରେ ବଞ୍ଚିତ ହେଲେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ସୂଚନା ଅନୁସାରେ ବିଦ୍ୟାଳୟ ପଟ୍ଟା ପାଇଁ ୮୮୧ ସ୍କୁଲ ଆବେଦନ କରିଥିଲେ। ୪୪୨ ଗୋଟି ବିଦ୍ୟାଳୟର ଜମି ସମସ୍ୟା ସମାଧାନ କରାଯାଇ ପଟ୍ଟା ପ୍ରଦାନ କରାଯାଇଛି ।
୮୬ ଗୋଟି ସ୍କୁଲ ଜଗନ୍ନାଥଙ୍କ ଜମି,୩୫ ଜାଗାରେ ଜଙ୍ଗଲ ଅଛି, ୧ ଗୋଟି ଡିଗ୍ରୀ ମହାବିଦ୍ୟାଳୟ ଜଙ୍ଗଲ ଜମି ଥିବା ବେଳେ ୪୩ ଗୋଟି ମାମଲା ସ୍ଥଗିତ ଅଛି ଓ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ପ୍ରକାଶ କରିଥିଲେ ।
ଉତ୍ତରାଧିକାରୀ ଜମି ସମସ୍ୟା ଖାତା ସଂଶୋଧନ ୨୬୯୦୧ ଥିବା ବେଳେ ୨୭୬୯୩ କେସ ସମାଧାନ ୭୯୨କେସ ବହିଷ୍କାର, ୨୬୯୦୧କେସ ଅଦ୍ୟତନିକରଣ କରାଯାଇଛି ।
ସେହିପରି ଜବରଦଖଲ କେସ ୮୪୬୦ ଗୋଟିର ୧୯୦୨.୬୩୮ ଏକର ଜମି ସଂପୃକ୍ତ ଥିବା ବେଳେ ୨୩ ଗୋଟି କେସ ର ସମାଧାନ କରାଯାଇ ୩.୮୫୮ଏକର ଜମି ସମସ୍ୟା ସମାଧାନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ତହସିଲର କେତେ ସରକାରୀ ଜମି ଅଛି,ଯେଉଁ ଲୋକଙ୍କୁ ଦିଆଯାଇଛି ସେ ବ୍ୟବହାର କରୁଛନ୍ତି ନା ନାହିଁ, କେତେ ଜମି ମାଡ଼ିବସିଛନ୍ତି ତାହାର ଡାଟା ବେଶ ତହସିଲଦାର ମାନେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
୨୯୫୨ ମସିହାରେ ଯେଉଁ ସମସ୍ୟା ଅଛି ସେଗୁଡିକୁ ତହସିଲଦାର ମାନେ ବୁଝନ୍ତୁ ଓ ସମସ୍ୟା ସମାଧାନ କରନ୍ତୁ, ଜଙ୍ଗଲ ଜମି, ଶ୍ମଶାନ ଜମି ଗୁଡ଼ିକର ସମାଧାନ ନିମନ୍ତେ ସମାଧାନର ପନ୍ଥା ଓ ପ୍ରସ୍ତାବ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନା କରନ୍ତୁ ।
ସେହିପରି ସିକିମ୍ ସତ୍ଵ ଫଇସଲାରେ ୧୩୩୫୩,ବେ ବନ୍ଦୋବସ୍ତ କେସ ୧୬୮୯, ବସୁନ୍ଧରା ଯୋଜନାରେ ୨୫୧ ପଟ୍ଟା ପ୍ରଦାନ, କୋର୍ଟ କେସ ସମାଧାନ ୧୨୫୪, ଜମି ରେଜିଷ୍ଟ୍ରେସନ ଷ୍ଟାମ୍ପ ଫି ଓ ରେଜିଷ୍ଟ୍ରେସନ ଫି ବାବଦକୁ ମୋଟ ୧୯୦୦୫୫୬୦୦୬ ଟଙ୍କା ଆଦାୟ କରାଯାଇଛି ।
ବୈଠକରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ବିଧାୟକ, ବେଗୁନିଆ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ଉପ ଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ କିଶୋର କୁମାର ପଣ୍ଡା ,ଡେପୁଟି କଲେକ୍ଟର, ରାଜସ୍ବ ନିବେଦିତା ପ୍ରଧାନ, ଡେପୁଟି କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା,ସମସ୍ତ ତହସିଲଦାର, ଉପନିବନ୍ଧକ, ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930