Indus Valley Times

‘ସୁଭଦ୍ରା’ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ନିଷ୍ପତ୍ତି

 Breaking News

‘ସୁଭଦ୍ରା’ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ନିଷ୍ପତ୍ତି

‘ସୁଭଦ୍ରା’ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ନିଷ୍ପତ୍ତି
September 09
17:31 2025

ଭୁବନେଶ୍ବର, ୯/୯ : ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ।
ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା କରାଯିବ। ଜଣେ ବି କେହି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୩ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଯାନ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିଲା।
ସେହିପରି ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ ସ୍ଵାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜିକରଣ ହୋଇଛି ଖାଦ୍ୟ ଯୋଗାଣ ବିଭାଗକୁ ତାର ରିପୋର୍ଟ ମଗାଯାଇଥିଲା।
ଏହି ତିନି ବିଭାଗର ରିପୋର୍ଟ ଆଧାରରେ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ ନିଷ୍ପତ୍ତି ନିଆଯିବ। କେହି ବି ଜଣେ ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31