Indus Valley Times

ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵ ଦୂର କରୁଛି ଟିପିଏନଓଡ଼ିଏଲ ଗ୍ରାହକ ସେବା କେନ୍ଦ୍ର

 Breaking News

ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵ ଦୂର କରୁଛି ଟିପିଏନଓଡ଼ିଏଲ ଗ୍ରାହକ ସେବା କେନ୍ଦ୍ର

ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵ ଦୂର କରୁଛି ଟିପିଏନଓଡ଼ିଏଲ ଗ୍ରାହକ ସେବା କେନ୍ଦ୍ର
September 09
20:48 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୯ / ୯ : ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରେ ସେବା ସମ୍ପର୍କିତ କୌଣସି ଦ୍ଵନ୍ଦ୍ଵ ଥିଲେ ଏହାକୁ ଦୂର କରିବା ପାଇଁ ଟିପିଏନଓଡ଼ିଏଲ ସର୍ବଦା ଗୁରୁତ୍ଵ ଦେଇ ଆସିଛି ।
ବିଶେଷତଃ ଉପଭୋକ୍ତାଙ୍କ ମଧ୍ୟରେ ସ୍ମାର୍ଟ ମିଟରକୁ ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିବାକୁ ଟିପିଏନଓଡ଼ିଏଲ ଅଗ୍ରାଧିକାର ଦେଇଛି। ଉପଭୋକ୍ତାଙ୍କ ମଧ୍ୟରେ ସ୍ମାର୍ଟ ମିଟର ସମ୍ପର୍କିତ ସଚେତନତା ସୃଷ୍ଟି କରିବା ତଥା ଏ ନେଇ ସେମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ଵକୁ ଦୂର କରିବା ପାଇଁ ଟିପିଏନଓଡ଼ିଏଲର ପ୍ରତ୍ୟେକ ଗ୍ରାହକ ସେବା କେନ୍ଦ୍ରରେ ସ୍ମାର୍ଟ ମିଟର ଓ ସାଧାରଣ ବୈଦ୍ୟୁତିକ ମିଟର ସ୍ଥାପନ କରାଯାଇଛି।
ଦୁଇଟି ମିଟରକୁ ସମାନ ବୈଦ୍ୟୁତିକ ଲୋଡ୍ ପ୍ରଦାନ କରାଯାଇ ସ୍ମାର୍ଟ ମିଟର ସମ୍ପର୍କିତ ଦ୍ଵନ୍ଦ୍ଵକୁ ଉପସ୍ଥିତ ଗ୍ରାହକ ସେବା ଅଧିକାରୀ ଦୂର କରିବାରେ ସହାୟତା କରୁଛନ୍ତି । ଟିପିଏନଓଡ଼ିଏଲର ବର୍ତ୍ତମାନ ୧୬ଟି ଡିଭିଜନ ଅଞ୍ଚଳରେ ଥିବା ଗ୍ରାହକ ସେବା କେନ୍ଦ୍ରରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି । ବାଲେଶ୍ଵରରେ ଥିବା ୫ଟି ଗ୍ରାହକ ସେବା କେନ୍ଦ୍ର, ଭଦ୍ରକରେ ୨ଟି, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ୩ଟି ଲେଖାଏଁ ଗ୍ରାହକ ସେବା କେନ୍ଦ୍ରରେ ଏହି ସୁବିଧା କରାଯାଇଛି। ଯାହାକି ଉପଭୋକ୍ତାମାନଙ୍କ ସ୍ମାର୍ଟ ମିଟର ସମ୍ପର୍କିତ ସମାସ୍ୟା ଦୂର କରିବାରେ ସହାୟକ ହେଉଛି।
ସୂଚନା ଥାଉକି, ଉପଭୋକ୍ତା ବିଶ୍ୱସନୀୟତା ଓ ସେବାରେ ଉନ୍ନତି ଓ ଉତ୍କର୍ଷ ଆଣିବା ଦିଗରେ ଏକ ମାଇଲଖୁଂଟ ସ୍ୱରୂପ ଥିବା ମିଟର ପରୀକ୍ଷଣ ଲ୍ୟାବକୁ ସମ୍ମାନଜନକ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଅଫ୍ ଟେଷ୍ଟିଂ ଆଣ୍ଡ୍ କାଲିବ୍ରେସନ୍ ଲାବୋରେଟୋରିଜ୍ (ଏନ୍‌ଏବିଏଲ୍‌) ମାନ୍ୟତା ପ୍ରଦାନ କରାଯାଇଛି।
ଏନଏବିଏଲର ଏହି ମାନ୍ୟତା ହେଉଛି ଲ୍ୟାବର ବୈଷୟିକ ଦକ୍ଷତା, ଆନ୍ତର୍ଜାତିକ ମାନ ପୂରଣ କରିବା ଏବଂ ସଠିକ୍ ଓ ଭରସାଯୋଗ୍ୟ ପରୀକ୍ଷଣ ଫଳାଫଳ ପ୍ରଦାନ କରିବାର ଏକ ପ୍ରମାଣ। ଏହା ଦ୍ୱାରା ଉତ୍ତର ଓଡ଼ିଶାର ଉପଭୋକ୍ତାମାନେ ବେଶ୍ ଉପକୃତ ହେବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930