Indus Valley Times

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

 Breaking News

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

September 16
17:34 2025

କଟକ, ୧୬/୯ : ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ନେଇ ଭର୍ତ୍ତି, ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ବୁଦ୍ଧାଦିତ୍ୟ ମହାନ୍ତି, ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ; ଦେହ ଖରାପ ପାଇଁ ସୁଟିଂ ବନ୍ଦ କରିବାକୁ ପଡ଼ିଲା । ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଛିବିଭିନ୍ନ ପରୀକ୍ଷା ହୋଇଛି। ଆଉ କିଛି ପରୀକ୍ଷା ହେବ।
ତେବେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାଁନ୍ତି ବୁଦ୍ଧାଦିତ୍ୟ ମହାନ୍ତି। କାଶ ଓ ଛାତିରେ କଫ ଜମିବା ଯୋଗୁଁ ସେ ଅସୁସ୍ଥ ହୋଇଥିଲେ। ତାଙ୍କର ସମସ୍ତ ପ୍ରକାରର ଟେଷ୍ଟ କରାଯାଇଛି। ତାଙ୍କ ଶରୀରର କୌଣସି ଅଙ୍ଗ ଖରାପ ହୋଇନାହିଁ। କାଶ ଓ କଫ ହେଲେ ଯାହା ସାମୟିକ ସଂକ୍ରମଣ ହୋଇଛି, ସେଇଥିରେ ସେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ନର୍ମାଲ ଓଭଜର୍ଭେଶନରେ ରଖାଯାଇଛି। ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରି ଦିଆଯିବ ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ସମ୍ପଦ ଦାଶ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31