Indus Valley Times

ବିଶ୍ୱ ଓଜୋନ ଦିବସ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ପାଳିତ

 Breaking News

ବିଶ୍ୱ ଓଜୋନ ଦିବସ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ପାଳିତ

September 17
09:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା ,୧୭/୯ : ବିଶ୍ଵ ଓଜୋନ ଦିବସ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା, ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁପ୍ରସାଦ ସେନାପତିଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଓଜୋନ ସ୍ତରର ଆବଶ୍ୟକତା ଏବଂ ଆମ ପାଇଁ ତାହାର ମହତ୍ୱ ବିଷୟରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ନଂପୁଟ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଡେଜିନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ କିପରି ପରିବେଶକୁ ସୁରକ୍ଷା କରି ଭବିଷ୍ୟତ ପୀଡ଼ିଙ୍କ ପାଇଁ ଏକ ସୁନ୍ଦର ବିଶ୍ୱ ଦେଇ ପାରିବା ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇକୋ କ୍ଲବ ଦାୟିତ୍ୱରେ ଥିବ ବିଜ୍ଞାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସାହୁ ଓଜୋନ ଦିବସର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ ।
ଏନର୍ଜି କ୍ଲବର ଶିକ୍ଷୟତ୍ରୀ ପୁଷ୍ପଲତା ପାତ୍ର କେବେଠାରୁ ଏହି ଦିବସ ପାଳନ କରାଯାଇଥିଲା ଏବଂ କିପରି ଆମେ ସଚେତନ ହେଲେ ଆମେ ଆମର ପରିବେଶକୁ ବଞ୍ଚାଇ ପାରିବା ତାହା ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ ସହ ଏକ ନାଟକ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।
ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ମାନେ କାର୍ଯ୍ୟକ୍ରମଟିକୁ ସୁପରିଚାଳନାରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031