Indus Valley Times

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଏକ ଦିବସୀୟ ସାମୁହିକ ବୃକ୍ଷରୋପଣ

 Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଏକ ଦିବସୀୟ ସାମୁହିକ ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଏକ ଦିବସୀୟ ସାମୁହିକ ବୃକ୍ଷରୋପଣ
September 17
19:24 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରାଯାଇଛି ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଏକ ଦିବସୀୟ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବନଖଣ୍ଡର ୭ ଟି ବନାଞ୍ଚଳରେ ୨୫ ହଜାର ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ବୃକ୍ଷରୋପଣ କରିଥିବା ବେଳେ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ, ତହସିଲଦାର ଦିପ୍ତିପ୍ରକାଶ ବେହେରାଙ୍କ ସମେତ ବିଏସ୍ଏଫ୍ କମାଣ୍ଡାଣ୍ଟ୍, ଜବାନ୍, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ୍ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନୋଜ କୁମାର ରଥ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ସାଧାରଣ ଜନତା, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ୍ ହୋଇ ବୃକ୍ଷରୋପଣ କରିଛନ୍ତି । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଘଟୁଛି ।
ଜଳବାୟୁ ସନ୍ତୁଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଏହି ଏକ ଦିବସୀୟ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବିଷୟ କନ୍ଧମାଳ ସାଂସଦ ପ୍ରକାଶ କରିଛନ୍ତି ।
ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ‘ଏକ୍ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା, ୧୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ‘ଏକ୍ ପେଡ୍ ମା କେ ନାମ’ ୨.୦ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି ।
ଏଥିରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ, ଅଧ୍ୟାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଅଧ୍ୟାପକ ସରୋଜ କୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ସ୍ବେଛାସେବୀ ସମୂହ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ରହି କଲେଜ ଚତୁର୍ପାଶ୍ଵରେ ଶତାଧିକ ବୃକ୍ଷରୋପଣ କରିଥିଲେ ।
ମା’ ଦୁର୍ଗାଦେବୀଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ : ସପ୍ତମୀ ଠାରୁ ପୂଜା ଆରମ୍ଭ ପାଇଁ ବ୍ୟାପକ ପ୍ରସ୍ତୁତି
ବାଲିଗୁଡା୧୭/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ମା’ ଦୁର୍ଗା ଦେବୀ ଙ୍କ ପୀଠ ରେ ଶାରଦୀୟ ଦୁର୍ଗାପୂଜା ଖୁବ ଯାକ ଯାକମକ ରେ ପାଳନ କରିବା ନେଇ ନିଷ୍ପତ୍ତି ହେବା ପରେ ଏହି ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମ୍ୟ କମିଟି ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ୨୮ତାରିଖ ଦିନ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହେବ ଏବଂ ମା ଙ୍କ ଠାରେ ରୀତି ନୀତି ଅନୁସାରେ ସପ୍ତମୀ ପୂଜା ଠାରୁ ଦଶମୀ ଦୁର୍ଗାପୂଜା ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ସ୍ଥିର କରାଯାଇଛି ।
ନୁଆସାହି ଗ୍ରାମ୍ୟ କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଖଣ୍ଡଗିରି, ବିରୁପାକ୍ଷ ଦାଶ, ସତ ଧନୁ ପ୍ରଧାନୀ, ସଭାପତି ଜଳେନ୍ଦ୍ର ପାତ୍ର, ସମ୍ପାଦକ ସୁବ୍ରତ ପ୍ରାଧନୀ . ମନ୍ଦିର ପୂଜାରୀ ବିଭୀଷଣ ପାତ୍ର, ସଂଜୟ ପାତ୍ର, ଜଗନ୍ନାଥ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930