Indus Valley Times

ନଡ଼ିଆ ତୋଳୁ ତୋଳୁ ଲାଗିଲା କରେଣ୍ଟ, ଚାଲିଗଲା ଜୀବନ

 Breaking News

ନଡ଼ିଆ ତୋଳୁ ତୋଳୁ ଲାଗିଲା କରେଣ୍ଟ, ଚାଲିଗଲା ଜୀବନ

ନଡ଼ିଆ ତୋଳୁ ତୋଳୁ ଲାଗିଲା କରେଣ୍ଟ, ଚାଲିଗଲା ଜୀବନ
September 18
21:20 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୮/୯ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ନେଳିଆ ପୋଖରୀ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ନଡ଼ିଆ ତୋଳୁଥିବା ସମୟରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ ।
ନଡ଼ିଆ ଗଛରେ ଲାଖି ରହିଥିବା ଯୁବକ ହେଲେ ଜିତୁ ପରିଡ଼ା । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାର ବ୍ୟକ୍ତି ଥିଲେ । ଘଟଣା ସମ୍ପର୍କରେ ବୋଲଗଡ଼ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ଖବର ପାଇ ଉଦ୍ଧାର ପାଇଁ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ। ମୃତ ଦେହକୁ ଗଛରୁ ଲେସୁଣି ସାହାଯ୍ୟରେ ଉଦ୍ଧାର କରିବା ସମୟରେ ତାହା ତଳେ ପଡ଼ି ଯାଇଥିଲା।
ଏହାକୁ ନେଇ ସେଠାରେ ଉପସ୍ଥିତ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ମୃତ ଦେହ ତଳେ ପଡ଼ି ଯିବାକୁ ନେଇ ଲୋକେ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
ମୃତ ଦେହ ଉଦ୍ଧାର ସମୟରେ ମଧ୍ୟ ସେଠାରେ କୌଣସି ଆମ୍ବୁଲାନ୍ସ ନ ଥିବାରୁ ମୃତ ଦେହକୁ ଏକ ବାଇକି ମାଧ୍ୟମରେ ମେଡ଼ିକାଲ ନିଆଯାଇଥିବା ଉପସ୍ଥିତ ଲୋକେ ପ୍ରକାଶ କରିଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ ଅବହେଳାକୁ ଦୋଷାରୋପ କରି ଏବଂ ମୃତ ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ସହିତ ବିଭିନ୍ନ ଦାବୀ ନେଇ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ମୃତ ଦେହ ରଖି ରାସ୍ତା ରୋକ କରିଥିଲେ। ସେଠାରେ ଉତେଜନା ବଢିଥିଲା ।
ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଏପରି ଅଘଟଣ ଘଟିଥିଲା। ରାସ୍ତା ରୋକ ସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବୋଲଗଡ଼ ଥାନା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ମୁକ୍ତ କରିଛନ୍ତି ।
ତହସିଲଦାର ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930