Indus Valley Times

ଗଜପତି : ବିପୁଳ ପରିମାଣର ବାଣ ସହ ବିସ୍ପୋରକ ସାମଗ୍ରୀ ଓ ବାରୂଦ ଜବତ

 Breaking News

ଗଜପତି : ବିପୁଳ ପରିମାଣର ବାଣ ସହ ବିସ୍ପୋରକ ସାମଗ୍ରୀ ଓ ବାରୂଦ ଜବତ

September 21
10:04 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୯ : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କେ: ସୀତାପୁର ଗ୍ରାମର ବଡ଼ ନାଗରାଜୁ ଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ କୌଣସି ସୂତ୍ରରୁ କାଶୀନଗର ପୋଲିସ ଖବର ପାଇ ଅପେରସନ ପ୍ରହାର ଆନୁକୂଲ୍ୟରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ବାଣ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ।
ଏ ସଂକ୍ରାନ୍ତରେ ଘର ମାଲିକ ସମେତ ତାଙ୍କୁ ସହଯୋଗ କରିଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିବା ଆଜି ଗଜପତି ଏସପି: ତଥା ଆରକ୍ଷୀ ଅଧ୍ୟିକ୍ଷକ ଶ୍ରୀ ଜତୀନ୍ଦ୍ର କୁମାର ପଣ୍ଡା ଏସପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଏସପି: ଶ୍ରୀ ପଣ୍ଡା କହିଥିଲେ ଯେ , କାଶୀନଗର ଥାନା , ଏକ ବିଶେଷ ସୂତ୍ରରୁ ଖବର ପାଇଲେ ଯେ , କେ: ସିତାପୁର୍ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଘରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରହିବା ସହ ବେଆଇନ ଭାବେ ରଖା ଯାଇଥିବା ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବାଣ ଓ ବାଣ ପ୍ରସ୍ତୁତ ସାମଗ୍ରୀ ମହଜୁଦ ରହିଛି ।
ଜାଣିବା ପରେ ଥାନାର ଡିଏସପି-ଇନଚାର୍ଜ ଶ୍ରୀ ସୁନିଲ କୁମାର ବେହେରା ସଦଳ ବଳେ କେ: ସିତାପୂର୍ ଗ୍ରାମର ସେହି ନିର୍ଦ୍ଦିଷ୍ଟ ଘରେ ଚଢ଼ାଉ କରିଥିଲେ କେତେ ଜଣ ସାକ୍ଷୀ ମାନଙ୍କ ଉପସ୍ଥିତିରେ ।
ଚଢ଼ାଉ ବେଳେ ସେଠାରୁ ୫୦ ବସ୍ତା ବାଣ , ୩୦ ପେପର ବମ୍ୱ , ୭୦ କେଜି: ଗନ ପାଉଡର , ୧୫ କେଜି ସିଲଭର ରଙ୍ଗର ପାଉଡର , ୧୮ ବଣ୍ଡଲ ପେପର ରୋଲ , ୧୫ କେଜି ଖାରା , ୨ଟା ବଡ଼ ସ୍ପାରକଲ , ୩ ଟା ବଡ଼ ହାତ ତିଆରି ସୁତୁଲି ବମ୍ବ ଥିବା ବଡ଼ ବେଗ ସବୁ ମିଳିଥିଲା ଏବଂ ସେ ସବୁକୁ ଘଟଣା ସ୍ଥଳରୁ ଜବତ କରା ହୋଇଥିଲା । ଜବତ ସବୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ।
ଅନ୍ୟ ପକ୍ଷରେ ଘଟଣା ଯେଉଁଠି ଘଟିଥିଲା , ସେଠାରୁ ଘର ମାଲିକ ବଡ଼ ନାଗରାଜୁ ସମେତ ତାଙ୍କୁ ସହଯୋଗ କରିଥିବା ଚୌଧୁରୀ ସିମାଦ୍ରି ଓ ସିଙ୍ଗିପୁର ସାନା ଙ୍କୁ ଗିରଫ କରା ଯାଇଥିଲା ।
ଗିରଫ ସମସ୍ତଙ୍କୁ ବିଏନଏସ: ଧାରା ୨୮୮ ଏବଂ ଭାରତୀୟ ବିସ୍ପୋରକ ଆଇନ ୯ବି ସେକସନ ଅନୁଯାୟୀ ଘଟଣା ସ୍ଥଳରୁ ସେମାନଙ୍କୁ ଗିରଫ କରା ଯାଇଥିଲା ବୋଲି ଏସପି ଶ୍ରୀ ପଣ୍ଡା ସୂଚନା ଦେଇ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031