Indus Valley Times

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ‘ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ’ ପ୍ରତିବାଦରେ ପ୍ରଚାର ପତ୍ର ବଣ୍ଟନ ସହ ସହର ପରିକ୍ରମା

 Breaking News

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ‘ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ’ ପ୍ରତିବାଦରେ ପ୍ରଚାର ପତ୍ର ବଣ୍ଟନ ସହ ସହର ପରିକ୍ରମା

September 22
18:56 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୨/୯ : ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ‘ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ’ ଅଭିଯାନରେ ଖୋର୍ଦ୍ଧା କାର୍ଯ୍ୟାଳୟରୁ ଶତାଧିକ ସଦସ୍ୟଙ୍କ ଜନସଚେତନତା ଶୋଭାଯାତ୍ରା ବାହାରି ଇଗଲ କ୍ଲବ୍,ଖୋର୍ଦ୍ଧା କ୍ଲବ୍, ପୁରୁଣା ବସଷ୍ଟାଣ୍ଡ, ଟ୍ରାଫିକ ଛକ, ଜୟୀ ରାଜଗୁରୁ ଟାଉନ ହଲ୍, ଷ୍ଟେଟ ବ୍ୟାଙ୍କ ଛକ, ହାବେଳି ଛକ, ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ସହର ପରିକ୍ରମା କରିଥିଲା।
ମଞ୍ଚ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା। ବରିଷ୍ଠ ନାଗରିକ ମାନେ “ନିଶା ମୁକ୍ତ ଭସାଣି- ଡିଜେ ମୁକ୍ତ ରୋଷଣୀ” ପରିକ୍ରମା ସମୟରେ ପ୍ରଚାର ପତ୍ର ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିଥିଲେ।
ପ୍ରଶାସନିକ ଅଧିକାରୀ ଶବ୍ଦ ପ୍ରଦୂଷଣ ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ଅନୁରୋଧ କରିଛି।
ଖୋର୍ଦ୍ଧା ସହରର ବିଭିନ୍ନ ବିବାହ ମଣ୍ଡପ ନିକଟସ୍ଥ ବାସଗୃହ ମାନଙ୍କରେ ରହୁଥିବା ସଦସ୍ୟ ବୃନ୍ଦ ବିବାହ ଋତୁରେ ଅନେକ ରାତି ଅନିଦ୍ରା ରହିବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି।
ଛାତିଥରା ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ ଡିଜେ ଏବଂ ରାତି ୧୦ ଟା ପରେ ଆଇନ୍ ଉଲ୍ଲଂଘନ କରୁଥୁବା ଶୋଭାଯାତ୍ରା ବିରୁଦ୍ଧରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଅଧିକ ବାଧୁଛି ବୋଲି ବରିଷ୍ଠ ନାଗରିକ ବୃନ୍ଦ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ସଚେତନ ହେବାକୁ ମଞ୍ଚ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31