Indus Valley Times

ବିଜେଡ଼ିର ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା: ଶ୍ରୀମୟୀ ମିଶ୍ର

 Breaking News

ବିଜେଡ଼ିର ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା: ଶ୍ରୀମୟୀ ମିଶ୍ର

ବିଜେଡ଼ିର ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା: ଶ୍ରୀମୟୀ ମିଶ୍ର
September 24
11:57 2025

ଭୁବନେଶ୍ୱର,୨୪/୯: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲିସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ।
ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍‌। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଯାହାକି ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।
ଦଳ ବିରୋଧ କାର‌୍ୟ୍ୟ ଯୋଗୁ ମଙ୍ଗଳବାର ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କରିଥିଲା। ଏନେଇ ବିଜେଡ଼ି କାର‌୍ୟ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା।
ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ। ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରିଥିଲେ। ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ବା ଦଳ ନା ନେଇନଥିଲେ ମଧ୍ୟ ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930