Indus Valley Times

ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା : ପ୍ରଥମ ଦିନରେ ହିଲଭିୟୁ ପାର୍କ ଠାରୁ ଅଧିକା ପର୍ଯ୍ୟଟକ

 Breaking News

ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା : ପ୍ରଥମ ଦିନରେ ହିଲଭିୟୁ ପାର୍କ ଠାରୁ ଅଧିକା ପର୍ଯ୍ୟଟକ

ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା : ପ୍ରଥମ ଦିନରେ ହିଲଭିୟୁ ପାର୍କ ଠାରୁ ଅଧିକା ପର୍ଯ୍ୟଟକ
September 24
12:11 2025

ଅରୁଣ କୁମାର ସାହୁଙ୍କ ରିପୋର୍ଟ
କନ୍ଧମାଳ, ୨୪/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କୁ ପର୍ଯ୍ୟଟନକ୍ଷେତ୍ର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କ ଠାରୁ କଫି ବଗିଚା ରେ ଅଧିକା ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁ ଠାରୁ ଅଧିକା ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।
ସେ କହିଛନ୍ତି ଯେ ରବିବାର ସାଂଜାସରୁ ଉନ୍ନୟନ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କଫିବାଗିଚା ଟି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା ତାକୁ ବ୍ଲକ ପ୍ରଶାସନ ହାତକୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ହାତକୁ ଆସିଥିଲା ପ୍ରଥମଥର ପାଇଁ ମଙ୍ଗଳବାର ଠାରୁ ବ୍ଲକ ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଟିକେଟ ସଂଗ୍ରହ କରାଯାଇଥିଲା ।
ପ୍ରଥମ ଦିନରେ ହିଁ ଏହାର ରୋଜଗାର ହିଲଭିୟୁ ଠାରୁ ଅଧିକା ଆସିଥିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି । ବୁଧବାର ସକାଳ ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦଞ୍ଜୟ ରଥ ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ସହ ତାର ରୂପାନ୍ତର କାର୍ଯ୍ୟ ଓ ଉନ୍ନୟନ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି କଫି ବଗିଚା କୁ ସମ୍ପୂର୍ଣ୍ଣ ସଫେଇ କରାଯିବା ସହ ନିୟମିତ ସ୍ଵଛତା ରଖାଯିବ ବୋଲି ବିଡ଼ିଓ କହିଛନ୍ତି ।
ସେହିପରି ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି । ପ୍ରକାଶ ଯେ କଫି ବଗିଚା ଦାରିଙ୍ଗବାଡି କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ସଠିକ ଭାବେ କରାଯାଉନଥିଲା ଏବେ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ ପ୍ରଫୁଲ୍ଲ କୁମାର ପ୍ରଧାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ତାର ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ପୂର୍ବରୁ ଯେତେଜଣ ଅଧିକାରୀ ଯୋଗ ଦେଇଥିଲେ କଫି ବଗିଚାର ଉନ୍ନତି କରିନଥିବା ବେଳେ ସଠିକ ଭାବେ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟିକେଟ ପାଣ୍ଠି କୁ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା ଯେଉଁଥିରେ କି ବାଲିଗୁଡା ଉପଜିଲ୍ଲାପାଳ ଏବଂ କନ୍ଧମାଳ ଜିଲ୍ଲାପାଳ ଖପ୍ପା ହୋଇଥିଲେ ।
ଏହା ପରେ ପ୍ରଶାସନ ପକ୍ଷରୁ ଡୁଲୁରୀ ପାଇନ ବଣ କୁ ମଧ୍ୟ ଟ୍ରଷ୍ଟ ହାତକୁ ନେବା କୁହାଯାଉଛି ଏହା ଦ୍ୱାରା ଦୁଲୁରି ପାଇନବଣ ର ବିକାଶ ହୋଇପାରିବ ବୋଲି ଜିଲ୍ଲାପ୍ରଶାସନ ତଥା ସିଡିଓ ଶମ୍ଭୁନାଥ ନନ୍ଦୀ ଏକ ପ୍ରତିକ୍ରିୟା ରେ କହିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930