Indus Valley Times

ବାଲିଗୁଡା : ପାର୍ବଣକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

 Breaking News

ବାଲିଗୁଡା : ପାର୍ବଣକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

September 27
20:52 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୯: କନ୍ଧମାଳ ଜିଲ୍ଲାରେ ଭାଇଚାର ଓ ଶାନ୍ତି ଶୃଙ୍ଖଳା ରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ।
କୌଣସି ସୋସିଆଲ ମିଡିଆରେ ଆପତ୍ତି ଜନକ ଖବର କୁ ବିଶ୍ଵାସ ନକରି ଦଶହରା ରେ ଦୂର୍ଗାପୂଜା ଓ କୁମାର ପୂର୍ଣ୍ଣିମା ରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କ ମନରେ ସଚେତନତା କରାଯାଇ ଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ । ନବରାତ୍ର ପୂଜା ଠାରୁ ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ଦେବୀ ପୂଜା ଆରମ୍ଭ ହୋଇଯାଇଛି ।
ଗାଁ ଠୁ ସହର ହୋଇ ଉଠିଲାଣି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ସୂଉଚ୍ଚ ତୋରଣ ମାନ କରାଯାଇଥିବା ବେଳେ ଭଳିକି ଭଳି ରଙ୍ଗୀନ ଆଲୋକ ମାଳା ରେ ସାଜସଜ୍ଜା କରାଯାଇଛି । ଏ ସବୁ କୁ ଦୃଷ୍ଟି ରେ ରଖି ସନ୍ଧ୍ୟାରେ ବାଲିଗୁଡା ସହର ରେ ଏସଡି ପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କସହ ଜବାନ ମାନେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିଲେ ।
ଅପରେସନ୍ “ଅଗ୍ନି”: ବେଆଇନ ବାଣ ଗୋଦାମରେ ଚଢ଼ାଉ ; ୩୦ ଲକ୍ଷ ଟଙ୍କା ର ବାଣ ଜବତ , ଜଣେ ଗିରଫ
ବାଲିଗୁଡା, ୨୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି
ଏହାକୁ ନେଇ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଡିଜି ଙ୍କ ନିର୍ଦେଶ କ୍ରମେ ବାଲିଗୁଡା କଟାରି ସାହି ସ୍ଥିତ ତ୍ରିଲୋଚନ ପାତ୍ର (ଟିଲୁ) ଙ୍କ ଘରେ ଚଢ଼ାଉ କରି ତାଙ୍କ ଘର ପରିସରରେ ଥିବା ଏକ ଗୋଦାମ ଭିତରେ ଥିବା ୧୧୧ ପ୍ରକାରର ବିଭିନ୍ନ ରକମର ବାଣ ଦେଖିବାକୁ ପାଇଥିଲେ ।
ବାଣକୁ ଜବତ କରି ତିନୋଟି ପିକଅପ ଭ୍ୟାନ ରେ ଥାନାକୁ ଆଣିଥିଲେ । ଅସୁରକ୍ଷିତ ଭାବରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ରଖିବା ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
ଜବତ ହୋଇଥିବା ବାଣର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କା ହେବ ଏବଂ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ନଥିଲା ବୋଲି ପୋଲିସ ପ୍ରକାଶ କରିଛି ।
ଗିରଫ ହୋଇଥିବା ବ୍ୟକ୍ତି ତ୍ରିଲୋଚନ ପାତ୍ରଙ୍କୁ ବାଲିଗୁଡା ଥାନା କେଶ ନଂ. ୨୯୮/୨୫, ୨୮୮ ବିଏନ୍ଏସ୍ ଆର.ଡବ୍ଲୁ. ଧାରା ୯ (ଖ) (୧) (ଖ) ବିସ୍ଫୋରକ ଆଇନ ଆର.ଡବ୍ଲୁ. ଧାରା ୫ ଓଡ଼ିଶା ବାଣ ଏବଂ ଲାଉଡ୍ ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଅନ୍ତର୍ଗତରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031